News7 Logo

UAE ବିପକ୍ଷ ମ୍ୟାଚ୍ ଖେଳିବାକୁ ମନା କଲା ପାକିସ୍ତାନ, ରେଫରି ବିବାଦ ପରେ ଏସିଆ କପ୍‌ରୁ ଓହରିବାକୁ ନିଷ୍ପତ୍ତି !

NEWS7
pakistan

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଆଜି ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଓ ୟୁଏଇ ମଧ୍ୟରେ ଖେଳା ଯିବାର ଥିଲା ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ । ତେବେ ଏହା ପୂର୍ବରୁ ଆସିଛି ବଡ଼ ଖବର । ମ୍ୟାଚ୍ ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ୟୁଏଇ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିଥିବା ରିପୋର୍ଟ ସାମନାକୁ ଆସିଛି । ଯଦି ଏପରି ହୁଏ ତେବେ ପାକିସ୍ତାନ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ । ୟୁଇଏକୁ ୱାକ୍ଓଭର ମିଳିବ । ଦୁଇ ଅଙ୍କ ସହ ଆୟୋଜକ ଟିମ୍ ୟୁଏଇ ସୁପର- ପାଇଁ କ୍ୱାଲିଫାଏ କରିବ ।

​​​​​​​ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସିଆ କପରେ ୟୁଏଇ ବିପକ୍ଷ ମ୍ୟାଚ୍ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟ ସାମନାକୁ ଆସିଛି । ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପିସିବି ଦାବି କରିଥିଲା, କିନ୍ତୁ ଆଇସିସି ମନା କରିବା ପରେ ପାକିସ୍ତାନ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ମ୍ୟାଚ୍ ପାଇଁ ପିସିବି ତାଙ୍କ ଦଳକୁ ମୈଦାନକୁ କରିବାକୁ ମନା କରିଦେଇଛି । ରାତି ୮ଟାରେ ଦୁବାଇରେ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଦଳ ନିଜ ହୋଟେଲରେ ଅଛି ।

​​​​​​​ଉଲ୍ଲେଖଯୋଗ୍ୟ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ । ପାକିସ୍ତାନ ବୋର୍ଡ ଏଥିପାଇଁ ମ୍ୟାଚ୍ ରେଫରିଙ୍କୁ ଦାୟୀ କରିଥିଲା । ପାକିସ୍ତାନ ବୋର୍ଡ ଦାବି କରିଥିଲା ​​ଯେ ରେଫରି ପାଇକ୍ରଫ୍ଟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଟସ୍ ସମୟରେ ହାତ ନମିଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପିସିବି ଆଇସିସିରେ ରେଫରିଙ୍କ ଏହି ଆଚରଣ ପାଇଁ ଅଭିଯୋଗ କରିଥିଲା ​​। ଏହାସହ ତାଙ୍କୁ ଏସିଆ କପରୁ ବାହାର କରିବାକୁ ଦାବି କରିଥିଲା । ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବହିଷ୍କାର ପାଇଁ ପାକିସ୍ତାନ ବୋର୍ଡ ଧମକ ଦେଇଥିଲା ।

ପାକିସ୍ତାନର ଏହି ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରିଥିଲା ମଙ୍ଗଳବାର ରାତିରେ ଦୁବାଇରେ ପିସିବିର ଏକ ଜରୁରିକାଳୀନ ବୈଠକ ହୋଇଥିଲା ଏଥିରେ ୟୁଏଇ କ୍ରିକେଟ୍ ବୋର୍ଡ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା । ରିପୋର୍ଟ ଆସିଥିଲା ଯେ ପାଇକ୍ରଫ୍ଟଙ୍କୁ ପାକିସ୍ତାନ ମ୍ୟାଚରୁ ହଟାଇ ରିଚି ରିଚାର୍ଡସନଙ୍କୁ ରେଫରି ଭାବରେ ନିଯୁକ୍ତ କରାଯାଇଛି । ତେବେ ବୁଧବାର ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବି ଦୋହରାଇଥିଲା । ଏହା ପରେ ଆଇସିସିର ଆଉ ଏକ ବୈଠକ ହୋଇଥିଲା, କିନ୍ତୁ ପିସିବିର ଦାବି ଗ୍ରହଣ କରାଯାଇନଥିଲା ।