‘ଘରେ ପଶି ପିଟିବୁ’: ଚଳଚ୍ଚିତ୍ର ନିର୍ମାତାଙ୍କୁ ଧମକ ଦେଲା କରଣୀ ସେନା

NEWS7
pak-sc-extended-general-bajwas-appointment-forther-6-months

ନୂଆଦିଲ୍ଲୀ: ଫିଲ୍ମ ସେଲିବ୍ରିଟି ଏବଂ କରଣୀ ସେନା ମଧ୍ୟରେ ବିବାଦ ନୂଆ ନୁହେଁ। କ୍ଷତ୍ରିୟ କରଣୀ ସେନା ପରିବାରର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଜଣେ ପ୍ରମୁଖ ରାଜପୁତ ନେତା ରାଜ ଶେଖାୱତଙ୍କ ଏକ ବୟାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଶେଖାୱତ ଚଳଚ୍ଚିତ୍ର ନିର୍ମାତାଙ୍କୁ ଚେତାବନୀ ଦେଇଛନ୍ତି । ସନାତନ ଧର୍ମ ବିରୋଧୀ ଫିଲ୍ମକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ଶେଖାଓ୍ବତ । ସେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ଆସନ୍ତୁ ଜାଣିବା ରାଜ ଶେଖାୱତ କେଉଁ ଚଳଚ୍ଚିତ୍ର ଉପରେ ଆପତ୍ତି ଉଠାଇଛନ୍ତି।

କ୍ଷତ୍ରିୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉତ୍ତର ପ୍ରଦେଶର ସମ୍ଭଲରେ ଏକ ପ୍ରାଚୀନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ, ଗଣମାଧ୍ୟମ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ ସେ ସନାତନ ଧର୍ମକୁ ବିରୋଧ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ପ୍ରତି ତାଙ୍କର ଆପତ୍ତି ପ୍ରକାଶ କରିଥିଲେ। ରାଜ ଶେଖାୱତ ମନୋଜ ବାଜପେୟୀ ଅଭିନୀତ ଚଳଚ୍ଚିତ୍ର ଘୋଷଖୋର ପଣ୍ଡିତ ଏବଂ ଯାଦବ ଜୀ କି ଲଭ ଷ୍ଟୋରୀ ଭଳି ଚଳଚ୍ଚିତ୍ରଗୁଡ଼ିକ ଉପରେ ଆପତ୍ତି ଉଠାଇଛନ୍ତି । ଫିଲ୍ମ ନିର୍ମାତାମାନେ ପ୍ରଥମେ କ୍ଷତ୍ରିୟ ସମ୍ପ୍ରଦାୟକୁ ଟାର୍ଗେଟ କରିଥିଲେ । ଏବେ ସେମାନେ ବ୍ରାହ୍ମଣ ଏବଂ ଯାଦବ ସମ୍ପ୍ରଦାୟ ବିରୁଦ୍ଧରେ ଫିଲ୍ମ ତିଆରି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, ଫିଲ୍ମ ସତ୍ୟ ଉପରେ ଆଧାରିତ ହେବା ଉଚିତ । ମସଲା ଦେବାର କୌଣସି ଆବଶ୍ୟକତା ନାହିଁ ଏବଂ ଏହାକୁ ସହ୍ୟ କରାଯିବ ନାହିଁ। ଏହି ଲୋକମାନେ କେବଳ ସନାତନ ଧର୍ମ ବିରୁଦ୍ଧରେ ଫିଲ୍ମ ତିଆରି କରନ୍ତି । ଅନ୍ୟ ଧର୍ମ ବିରୁଦ୍ଧରେ ଫିଲ୍ମ ତିଆରି କରିବାର ସାହସ ସେମାନଙ୍କର ନାହିଁ। କାରଣ ସେମାନେ ପରିଣାମ ଜାଣନ୍ତି। ହିନ୍ଦୁ ଦେବଦେବୀଙ୍କ ବିରୁଦ୍ଧରେ ଚଳଚ୍ଚିତ୍ର ତିଆରି କରୁଥିବା ପ୍ରଯୋଜକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କରଣୀ ସେନା । ଘରେ ପଶି ସେମାନଙ୍କୁ ମାଡ଼ ମାରିବୁ ବୋଲି ରାଜ ଶେଖାଓ୍ବତ ଚେତବାନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଅଭିନେତା ମନୋଜ ବାଜପେୟୀଙ୍କ ଫିଲ୍ମ ‘ଘୁସଖୋର୍ ପଣ୍ଡିତ’ର ଶୀର୍ଷକକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଏହି ଶୀର୍ଷକ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି ।