Vigilance Raid : ୬୨୫ ଟଙ୍କାରେ ଆରମ୍ଭ କରିଥିଲେ ଚାକିରି, କେମିତି ହେଲେ କୋଟି କୋଟି ଟଙ୍କା ସମ୍ପତିର ମାଲିକ

NEWS7
pak-sc-extended-general-bajwas-appointment-forther-6-months

କୋରାପୁଟ ୨୬।୧୨: କୋରାପୁଟ ସେମିଳିଗୁଡ଼ା ଫରେଷ୍ଟରଙ୍କ ବିପୁଳ ସମ୍ପତି ଠାବ । ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସମ୍ପତି ଠାବ କଲା ଭିଜିଲାନ୍ସ । ବହୁତଳ କୋଠା ସହ ଦାମୀ ପ୍ଲଟ୍ ଠାବ । ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ଠାବ ହେବା ସହ ନଗଦ ଲକ୍ଷାଧିକ ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ ।

ଫରେଷ୍ଟରଙ୍କ ସମ୍ପତି ତାଲିକା ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଚଢାଉ ବେଳେ ଭୁବନେଶ୍ବରରେ ୨ଟି ବହୁତଳ କୋଠା ଠାବ ହୋଇଛି । ଏହାସହ ୭ଟି ମୂଲ୍ୟବାନ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ବିଭାଗ । ପ୍ରାୟ କେଜିଏ ସୁନା ଅଳଙ୍କାର ଠାବ ହୋଇଛି । ଏହାସହ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା, ଗୋଟିଏ ଦାମୀ ଚାରି ଚକିଆ ଜବତ କରିଛି ଭିଜିଲାନ୍ସ ବିଭାଗ ।

ଭୁବନେଶ୍ବର ଝାରପଡାରେ ୨ଟି ତିନି ମହଲା କୋଠା, କୋରାପୁଟ ସେମିଳିଗୁଡାରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାସହ ଭୁବନେଶ୍ବରରେ ୨ଟି, ଜଗତସିଂହପୁରରେ ୪ଟି ଏବଂ କୋରାପୁଟ ସେମିଳିଗୁଡାରେ ଗୋଟିଏ ମୂଲ୍ୟବାନ କୋଠା ଠାବ ହୋଇଛି ।

୧୯୮୮ ଜାନୁଆରୀ ୨୫ରେ ଫରେଷ୍ଟ ଗାର୍ଡ ଭାବେ କୋରାପୁଟ ଫରେଷ୍ଟ ଡିଭିଜନରେ କାର୍ଯ୍ୟରେ ଯୋଗ ଦେଇଥିଲେ ନିରଞ୍ଜନ ଶତପଥୀ । ସେତେବେଳେ ତାଙ୍କ ଦରମା ଥିଲା ୬୨୫ ଟଙ୍କା ।