News7 Logo

ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଗ୍ରହଣ କରି ନଥିଲା ଭାରତ ... , ପାକିସ୍ତାନର ସ୍ୱୀକାରୋକ୍ତିରେ ଟ୍ରମ୍ପଙ୍କ ଦାବିର ପର୍ଦ୍ଦାଫାସ୍

NEWS7
-

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାର ଦାବି ଉପରେ ପାକିସ୍ତାନର ବଡ଼ ବୟାନ ଆସିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ୍‌ ଡାର ନିଜେ ସ୍ୱୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ବେଳେ ଯୁଦ୍ଧ ବିରତିର ପ୍ରସ୍ତାବ ଆମେରିକାର ମାଧ୍ୟମରେ ଆସି ଥିଲା, କିନ୍ତୁ ଭାରତ ସହମତି ହୋଇ ନଥିଲା।

ଏକ କାର୍ଯ୍ୟକ୍ରମ ବେଳେ ଇଶାକ୍‌ ଡାର ସାର୍ବଜନିକ ଭାବେ ସ୍ୱୀକାର କରିଛନ୍ତି ଯେ, ଭାରତ କେବେ ବି କୌଣସି ୩ୟ ପକ୍ଷର ମଧ୍ୟସ୍ଥତା ପାଇଁ ସହମତି ପ୍ରକାଶ କରି ନଥିଲା। ଡାର୍‌ ଖୁଲାସା କରିଛନ୍ତି ଯେ,ଯେତେବେଳେ ପାକିସ୍ତାନ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ବିଷୟରେ ପଚାରିଲେ, ତ ରୁବିୟୋ ସ୍ପଷ୍ଟ ଭାବେ କହିଥିଲେ ଯେ, ଭାରତ ସର୍ବଦା କହି ଚାଲିଛି ଯେ, ଏହା ଏକ ଦ୍ୱିପାକ୍ଷୀୟ ମାମଲା।

ଇଶାକ୍‌ ଡାର କହିଛନ୍ତି , ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ଅନେକ ଥର ପ୍ରାୟସ କରିଛି। ସେ ଦାବି କରିଛନ୍ତି ଯେ , ୧୦ ମେ ସକାଳ ୮ଟା ୧୭ ମିନିଟ୍‌ରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ରୁବିୟୋ ତାଙ୍କୁ କହି ଥିଲେ ଯେ , ଖୁବ୍‌ ଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନରେ ଆଲୋଚନା ହେବ।କିନ୍ତୁ ପରେ ୨୫ ଜୁଲାଇରେ ଯେତେବେଳେ ତାଙ୍କର ୱାଶିଂଟନରେ ରୁବିୟୋଙ୍କ ସହ ସାକ୍ଷାତ୍‌ ହୋଇଥିଲା ତ , ସେ କହିଥିଲେ ଯେ, ଭାରତ ଏହାକୁ କେବଳ ଦ୍ୱିପାକ୍ଷୀୟ ମାମଲା ଦର୍ଶାଇ ୩ୟ ପକ୍ଷର କୌଣସି ବି ଭୂମିକାକୁ ଏଡେଇ ଦେଉଛି।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନକୁ ୩ୟ ପକ୍ଷର ମଧ୍ୟସ୍ଥତାରେ କୌଣସି ସମସ୍ୟା ନାହିଁ , କିନ୍ତୁ ଭାରତ ସର୍ବଦା କହି ଆସୁଛି ଯେ, ଏହି ଦ୍ୱିପାକ୍ଷୀୟ ମାମଲା। ଡାର୍‌ କହିଛନ୍ତି , ଯେବେ ଅସ୍ତ୍ରବିରତର ପ୍ରସ୍ତାବ ରୁବିୟୋଙ୍କ ମାଧ୍ୟମରେ ଆସିଥିଲା ତ ଆମକୁ ଭରସା ଦିଆଯାଇ ଥିଲା ଯେ, ଭାରତ ସହ ଆଲୋଚନା ହେବ, କିନ୍ତୁ  ପରେ କୁହାଗଲା ଯେ, ଭାରତ ମନା କରିଦେଲା।

ଡାର୍‌ କହିଛନ୍ତି ଆମକୁ ଦ୍ୱିପାକ୍ଷୀୟ ଆଲୋଚନାରେ କୌଣସି ଅଭିଯୋଗ ନାହିଁ , କିନ୍ତୁ ଆଲୋଚନା ବ୍ୟାପକ ହେବା ଉଚିତ୍‌। ଏଥିରେ ଆତଙ୍କବାଦ , ବ୍ୟାପାର , ଅର୍ଥବ୍ୟବସ୍ଥା , ଜମ୍ମୁ-କାଶ୍ମୀର, ଏହିସବୁ ବିଷୟ ଉପରେ କଥାବାର୍ତ୍ତା ହେବା ଉଚିତ୍‌ ,ଯାହା ଉପରେ ଆମେ ଦୁହେଁ ଆଲୋଚନା କରୁଛୁ। ​​​​​​​