News7 Logo

ନେପାଳ ବିଦ୍ରୋହ: Gen-Z ଆନ୍ଦୋଳନ ଭିତରେ ଜେଲ୍ ଭାଙ୍ଗି ୧୫୦୦ କଏଦୀ ଫେରାର୍

NEWS7
NEPAL

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜିଙ୍କ ଉଗ୍ର ଆନ୍ଦୋଳନ ସେଠାକାର ଜେଲରେ ବନ୍ଦୀ ଥିବା ଏକଦୀଙ୍କ ପାଇଁ ମୁକ୍ତି ବାଟ ଦେଖାଇଛି । ରିପୋର୍ଟ ଅନୁସାରେ ଦେଶର ବିଭିନ୍ନ ଦେଶରୁ ଶତାଧିକ ଅପରାଧୀ ଫେରାର୍ ହେବାରେ ସଫଳ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଅତି କମରେ ସାତଟି ନେପାଳୀ ଜେଲରୁ ପାଖାପାଖି ୧୫୦୦ କଏଦୀ ଫେରାର ହୋଇଛନ୍ତି । ବାସ୍ତବ ସଂଖ୍ୟାର ଏହାଠାରୁ ବହୁ ଅଧିକ ହୋଇପାରେ । ମଙ୍ଗଳବାର ରାତିରେ ଦେଶର ସୁରକ୍ଷା ଦାୟିତ୍ୱ ସେନା ନିଜ ହାତକୁ ନେବା ଘୋଷଣା କରିବା ଜେଲ ଭାଙ୍ଗି କଏଦୀ ଫେରାର ମାରିବା ଘଟଣା ବୃଦ୍ଧି ପାଇଥି ।

ସେପେମ୍ୱର ୮ରେ ନେପାଳରେ ହିଂସା ଆରମ୍ଭ ହେବାର ଦୁଇ ଦିନ ପରେ ଦେଶର ବିଭିନ୍ନ ଜେଲରୁ ୧୫୦୦ରୁ ଅଧିକ କଏଦୀ ଫେରାର ହୋଇଛନ୍ତି । ରୌଉତାହଟ ଜେଲ୍, ବଜହଙ୍ଗ ଜେଲ୍, ଜଳେଶ୍ୱର ଜେଲ୍, ଜୁମଲା ଜେଲ୍, ତୁଳସୀପୁର ଜେଲ୍, କାଇଲାଲି ଜେଲ୍ ଓ କାଠମାଣ୍ଡୁ ସ୍ଥିତ ସେଣ୍ଟ୍ରାଲ୍ ଜେଲ ଭାଙ୍ଗି କଏଦୀ ଚମ୍ପଟ ମାରିଛନ୍ତି ।

ସ୍ଥାନୀୟ ମିଡିଆ ରିପବ୍ଲିକା ଅନୁସାରେ ଜୁମଲା ସ୍ଥିତ ଚନ୍ଦ୍ରନାଥ ମ୍ୟୁନିସିପାଲିଟି-୬ରେ ୩୬ ଜଣ ବନ୍ଦୀ ଜେଲ୍ ଭାଙ୍ଗିଛନ୍ତି । ମଙ୍ଗଳବାର ମଧ୍ୟରାତ୍ରିରେ ଜେଲ୍ ୱାଡେନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ଫେରାର୍ ହୋଇଥିଲେ । ଏବେ ଜେଲରେ ୬୨ ଜଣ ବନ୍ଦୀ ଅଛନ୍ତି । ସେହିପରି ଜଳେଶ୍ୱର ଜେଲର ସମସ୍ତ କଏଦୀ ଖସି ପଳାଇବାରେ ସଫଳ ହୋଇଛନ୍ତି । ଜେଲରେ ୫୭୭ କଏଦୀ ଥିବା ବେଳେ ୫୭୬ ଜଣ ଫେରାର୍ ମାରିଛନ୍ତି । ଗୌର ଜେଲର ବି ସମସ୍ତ ବନ୍ଦୀ ଖସି ପଳାଇଛନ୍ତି । ପୋଖରା ଜେଲରେ ବନ୍ଦୀ ଥିବା ୭୭୩ ଜଣ ଜେଲ୍ ଭାଙ୍ଗି ପଳାଇଛନ୍ତି ।