LIVE TV

ପ୍ରକାଶ ପାଇଲା ଓସିଏସ୍-୨୦୨୩ ରେଜଲ୍ଟ, ପ୍ରିୟାଂଶୁ ପାଲ୍ ଟପ୍ପର

NEWS7
opsc

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ପ୍ରିୟାଂଶୁ ପାଲ୍ ଓଏଏସ୍ ଟପ୍ପର ହୋଇଛନ୍ତି । ଅନନ୍ୟା ମିଶ୍ର ଦ୍ୱିତୀୟ, ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ମିରଜା ଫାଇଜ୍ ଅହମ୍ମଦ କ୍ୱାଦ୍ରି, ପଞ୍ଚମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ୱାଇଁ ରହିଛନ୍ତି । ସପ୍ତମ ସ୍ଥାନରେ ଶୈଳେସ କୁମାର ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ୍ ହାଟିଫ୍, ନବମ ସ୍ଥାନରେ ଚିନ୍ମୟ କୁମାର ପାଢୀ, ଦଶମ ସ୍ଥାନରେ ମିଲନ ମହାପାତ୍ର ଅଛନ୍ତି ।

ଓଡିଶା ସିଭିଲ ସର୍ଭିସ (ମେନ୍ସ) ପରୀକ୍ଷା ଏପ୍ରିଲ ୧୯ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିପରି ସେପ୍ଟେମ୍ୱର ୯ରୁ ୧୮ ମଧ୍ୟରେ ପ୍ରାର୍ଥୀଙ୍କ ଦସ୍ତାବିଜ ଯାଞ୍ଚ ଏବଂ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓଡିଶା ଲୋକସେବା ଆୟୋଗ ଓଡିଶା ସିଭିଲ ସର୍ଭିସ ପରୀକ୍ଷା,୨୦୨୩ରେ ଉତ୍ତୀର୍ଣ୍ଣ ୩୯୮ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଛି ।