ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି OPPO Find X9 ଏବଂ Find X9 Pro ଫ୍ଲାଗସିପ୍ ସ୍ମାର୍ଟଫୋନ୍। ପୂର୍ବରୁ ଏହା ଚୀନ ଓ ଅନ୍ୟ ଦେଶଗୁଡ଼ିକରେ ଲଞ୍ଚ ହୋଇ ସାରିଥିବା ବେଳେ ମଙ୍ଗଳବାର ଭାରତରେ ଲଞ୍ଚ କରିଛି କମ୍ପାନୀ। ମ୍ପାନୀ ଏଥିରେ ଏକାଧିକ ଆର୍ଷଣୀୟ ଫିଚର୍ସ ଯୋଡ଼ିଛି। ତେବେ ଆରମ୍ଭରୁ ଓପୋର ଫୋକସରେ ରହିଛି କ୍ୟାମେରା। ଏଥର ବି କମ୍ପାନୀଏହି ସେଗମେଣ୍ଟରେ ବଡ଼ ପରବିର୍ତ୍ତନ କରିଛି।

ଉଭୟ ସ୍ମାର୍ଟଫୋନରେ ହାସେଲବ୍ଲାଡ୍ କୋ-ଇଞ୍ଜିନିୟରିଂ ଇମେଜିଂ ସିଷ୍ଟମ୍ ଦିଆଯାଇଛି। ପୂର୍ବଥର ଏକ୍ସ୮ ସିରିଜରେ ୪ ଟି କ୍ୟାମେରା ଦିଆଯାଇଥିଲା ଏଥର ୩ କ୍ୟାମେରା ସେଟଅପ ଦେଇଛି। ହେଲେ ୨୦୦ ମେଗାପିକ୍ସେଲର୍ ବଡ଼ ପେରିସ୍କୋପ୍ ଲେନ୍ସ ଦେଇଛି, ଯାହା 6x ଅପ୍ଟିକାଲ୍-କ୍ୱାଲିଟି ଜୁମ୍ କରିପାରିବ। ସେହିପରି ୭ ହଜାର ଏମଏଚର ବ୍ୟାଟେରୀ ସାଂଗକୁ ସଲିଟ ବ୍ୟୁଲ୍ଡ କ୍ୱାଲିଟି ଗ୍ରାହକଙ୍କ ମନ ଛୁଇଁବ।
ଏବେ ଆସନ୍ତୁ ଜାଣିବା ଏହାର ଫିଚର୍ସ ଓ ପ୍ରାଇସ୍

Oppo Find X9:

Oppo Find X9 ରେ ୧.୫କେ ରିଜୋଲ୍ୟୁସନ୍ (୨୭୬୦×୧୨୫୬),୧୨୦ହର୍ଟ୍ସ ରିଫ୍ରେସ୍ ରେଟ୍ ଏବଂ ୩,୬୦୦ ନିଟ୍ସ ପିକ୍ ବ୍ରାଇଟନେସ ସହିତ ୬.୫୯-ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି। ଏଥିରେ କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ-୨ ପ୍ରୋଟେକ୍ସନ ରହିଛି। ପାୱାର ପ୍ରୋସେସିଂ ପାଇଁ ଏଥିରେ MediaTekର ନୂଆ 3nm Dimensity 9500 ଚିପସେଟ୍ ରହିଛି। ଏଥିରେ ୧୨ଜିବି ପର୍ଯ୍ୟନ୍ତ ରାମ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି। ଫୋନରେ ୧୦ ୱାଟର ରିଭର୍ସ ୱାୟାରଲେସ୍ ଚାର୍ଜିଂ ସହିତ ୮୦ ୱାଟର ୱାୟର୍ଡ ଏବଂ ୫୦ ୱାଟର ୱାୟାରଲେସ୍ ଚାର୍ଜିଂ ସପୋର୍ଟ ଦିଆଯାଇଛି। ସେହିପରି 7,୦୨୬mAh ବ୍ୟାଟେରୀ ରହିଛି।

ରିୟର ସାଇଡରେ Find X9ରେ ହାସେଲବ୍ଲାଡ୍-ଟ୍ୟୁନ୍ ହୋଇଥିବା ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ଏକ ୫୦ ମେଗାପିକ୍ସେଲର Sony LYT-808 ମୁଖ୍ୟ ସେନ୍ସର (f/1.6, OISଅପରଚର),ଏକ ୫୦ ମେଗାପିକ୍ସେଲର Samsung JN5ଅଲଟ୍ରାୱାଇଡ୍ ଲେନ୍ସ (f/2.0),ଏବଂ ଏକ ୫୦ ମେଗାପିକ୍ସେଲର Sony LYT-600 ଟେଲିଫଟୋ କ୍ୟାମେରା ୩ ଏକ୍ସ ଅପ୍ଟିକାଲ୍ ଜୁମ୍ ଏବଂ ଓଆଇଏସ ସହିତ ରହିଛି।

Oppo Find X9 Pro:

ପ୍ରିମିୟମ୍ Find X9 Proରେ ୧୨୦ହର୍ଟ୍ଜର ରିଫ୍ରେସ୍ ରେଟ୍ ଏବଂ ୩,୬୦୦ନିଟ୍ସର ପିକ୍ ବ୍ରାଇଟନେସ୍ ସହିତ ୬.୭୮-ଇଞ୍ଚର ବଡ଼ ଆମୋଲେଡ୍ ଡିସପ୍ଲେ ଦିଆଯାଇଛି। ଏଥିରେ ଗରିଲା ଗ୍ଲାସ ଭିକ୍ଟସ-୨ ପ୍ରୋଟେକ୍ସନ ରହିଛି। ସମାନ MediaTek Dimensity 9500 ଚିପସେଟ୍ ସହ ୧୬ ଜିବି ରାମଏବଂ ୫୧୨ GB ଷ୍ଟୋରେଜ୍ ସହିତ ମୋବାଇଲ ଲଞ୍ଚ ହୋଇଛି। Find X9 Proରେ ୭,୫୦୦ଏମଏଏଚର ବଡ଼ ବ୍ୟାଟେରୀ ଦିଆଯାଇଥିବା ବେଳେ ଚାର୍ଜିଂ ବ୍ୟବସ୍ଥା ପୂର୍ବ ମୋଡେଲ ପରି ରହିଛି।

ପ୍ରୋ ମଡେଲରେ କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଅପଗ୍ରେଡ୍ କରାଯାଇଛି। ଏହାର ପ୍ରାଇମେରି ଓ ଅଲ୍ଟ୍ରାଇୱାଡ୍ ଲେନ୍ସ ୫୦ ମେଗାକିସ୍ଲେର୍ ହୋଇଥିବା ବେଳେ 3x ଅପ୍ଟିକାଲ୍ ଜୁମ୍ ଏବଂ OIS ସହିତ ୨୦୦ ମେଗାପିକ୍ସେଲର ପେରିସ୍କୋପ୍ ଟେଲିଫୋଟୋ ଲେନ୍ସ ଦିଆଯାଇଛି। ସେଲ୍‌ଫୀ ପାଇଁ ମଧ୍ୟ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ପେରିସ୍କୋପ ଲେନ୍ସଟି ୧୩.୨ପର୍ଯ୍ୟନ୍ତ ଲସଲେସ ଜୁମ୍ କରିପାରିବ। ଏହାର ଜୁମିଂ କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଓପୋ ଏକ ହାସେଲବ୍ଲାଡର ଟେଲିକନଭର୍ଟର କିଟ୍ ମଧ୍ୟ ଦେଉଛି। ଯାହା ଜୁମିଂ କ୍ଷମତାକୁ ୯.୬xଅପ୍ଟିକାଲ୍ ଏବଂ ୨୦୦xଡିଜିଟାଲ୍ ଭାବରେ ବଢ଼ାଇପାରିବ। ହେଲ କମ୍ପାନୀ ଏହାକୁ ଅଲଗା ଭାବରେ ବିକ୍ରି କରୁଛି। ଏହି କିଟ୍ କେବଳ Find X9 Proର ଟେଲିଫଟୋ କ୍ୟାମେରା ସହିତ କାମ କରିବ, ଯାହା ଫୋକାଲ୍ ଲେନ୍ଥକୁ ୨୩୦mmରୁ ୯୨୦mmପର୍ଯ୍ୟନ୍ତ ବିସ୍ତାର କରିପାରିବ।

ଓପୋ ଏହାର ଏହି ଡିଭାଇସଗୁଡ଼ିକ ସହିତ ଏହାର ଉନ୍ନତ ଲୁମୋ ଇମେଜିଂ ସିଷ୍ଟମ୍ ମଧ୍ୟ ଦେଇଛି। ଫଳରେ ଏଥିରେ କ୍ୟାମେରାର ଦୃଶ୍ୟର ସଠିକ୍ ରଙ୍ଗ ଓ ଡିଟେଲ୍ସ ପ୍ରଦାନ କରିବ।

ମୂଲ୍ୟ ଓ କେଉଁଠି କିଣିପାରିବେ?

Oppo Find X9:

ଟାଇଟନିମୟ ଗ୍ରେ ଓ ସ୍ପେଶ୍ ବ୍ଲାକ୍ ଦୁଇଟି କଲର ଅପସନରେ ଉପଲବ୍ଧ ହେବ। ଏହାର ଦୁଇଟି ଭ୍ୟାରିଏଣ୍ଟର ମୂଲ୍ୟ ଯଥାକ୍ରମେ-

୧୨ଜିବି+୨୫୬ଜିବି: ₹୭୪,୯୯୯
୧୬ଜିବି+୫୧୨ଜିବି: ₹୮୪,୯୯୯

Oppo Find X9 Pro:ଏହା କେବଳ ଗୋଟିଏ ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଥିବା ବେଳେ ଦୁଇଟ କଲର ଅପସନ- ସିଲ୍କ ହ୍ୱାଇଟ ଓ ଟାଇଟନିୟମ କୋରାଲରେ ଉପଲବ୍ଧ ହେବ।ଏହାର ୧୬ଜିବି+୫୧୨ଜିବି ଭ୍ୟାରିଏଣ୍ଟର ଦାମ,୦୯,୯୯୯ ହଜାର ଟଙ୍କା ରଖାଯାଇଛି। ଉଭୟ ସ୍ମାର୍ଟଫୋନ୍ ୨୧ନଭେମ୍ବରରୁ ଫ୍ଲିପକାର୍ଟ ସମେତପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଏବଂ ପ୍ରମୁଖ ଅଫଲାଇନ୍ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ।