ବ୍ରହ୍ମପୁର ୧୦।୦୯ : ସଫଳ ହେଲା ଅପରେସନ । ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏପରି ଏକ କଠିନ ଅପରେସନ୍ ସଫଳ ହୋଇଛି

ଖବର ଅନୁଯାୟୀ, ଅସାବଧାନତା ଯୋଗୁଁ ବୃଦ୍ଧ ଜଣଙ୍କ ଦାନ୍ତକାଠି ଗିଳି ଦେଇଥିଲେ। ଏଥିଯୋଗୁଁ ବୃଦ୍ଧ ଜଣଙ୍କୁ ଅସହ୍ୟ ଯନ୍ତ୍ରଣା ହେବାସହିତ ସେ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥିଲା। ପରିବାର ଲୋକେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅପରେସନ୍ କରିଥିଲେ। ଏକ ଘଣ୍ଟା ଧରି ଅପରେସନ୍ ପରେ ଖାଦ୍ୟନଳୀରୁ ଦାନ୍ତକାଠିଟିକୁ ବାହାର କରାଯାଇଥିଲା । ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜିତ କୁମାର ମିଶ୍ର କହିଛନ୍ତି। ଗଞ୍ଜାମ ବେଲଗୁଣ୍ଠା ବ୍ଲକ ନାଟଙ୍ଗା ଗାଁର କାମରାଜୁ ନାୟକ ଦାନ୍ତ ଘଷୁଥିଲା ବେଳେ ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ। ବହୁ ଚେଷ୍ଟା ସତ୍ତ୍ଵେ ବାହାରିନଥିଲା। ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ସହ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ବୃଦ୍ଧଙ୍କ ରକ୍ତଚାପ ଉଚ୍ଚ ରହିଥିବାରୁ ନିଶ୍ଚେତକ ଦେଇ ଅପରେସନ୍ କରିବା ବିପଦପୂର୍ଣ୍ଣ ଥିଲା। ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅସ୍ତ୍ରୋପଚାର ପରେ ୯ ଇଞ୍ଚର ଦାନ୍ତକାଠି ବାହାର କରାଯାଇଥିଲା। .