ଗାଧୋଇବା ବେଳେ ମହାନଦୀରେ ବୁଡ଼ିଯାଇଥିଲେ ଯୁବକ, ଏବେ ମିଳିଲା ମୃତଦେହ

Published By : Prameya-News7 Bureau | March 16, 2025 IST

ଆଠଗଡ଼ ୧୬।୦୩ : ମହାନଦୀରେ ବୁଡ଼ି ନିଖୋଜ ଯୁବକଙ୍କ ମିଳିଲା ମୃତଦେହ। ହୋଲି ଖେଳି ସାରି ମହାନଦୀରେ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ଯୁବକ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ପୋଲିସ ।

ଶନିବାର ହୋଲି ଖେଳ ସାରି ୩ ଜଣ ସାଙ୍ଗ ଏକାଠି ହୋଇ ଗାଧୋଇବାକୁ ବଡମ୍ବା ଭଟ୍ଟାରିକା ପୀଠ ସ୍ଥିତ ମହାନଦୀକୁ ଯାଇଥିଲେ । ଗାଧୋଉଥିବା ବେଳେ ଏକ ଗଣ୍ଡରେ ୩ ଜଣ ଯୁବକ ବୁଡ଼ି ଯାଉଥିବା ଦେଖି ଜଣେ ସ୍ଥାନୀୟ ନାବିକ ହୁଲି ଡ଼ଙ୍ଗାରେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଆଉ ଜଣଙ୍କୁ ଉଦ୍ଧାର ପାଇଁ ଗଲାବେଳକୁ ସେ ନିଖୋଜ ହୋଇଯାଇଥିଲେ। ବହୁ ସମୟ ଧରି ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଏପରିକି ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା । ରବିବାର ଦିନ ସକାଳୁ ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ବଡ଼ମ୍ବା ଥାନା ପଦ୍ମାବତୀ ଘାଟ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୃତକ ହେଲେ ମଙ୍ଗରାଜପୁର ଗାଁର ପ୍ରମୋଦ ରାଉତ । ମୃତଦେହ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଜାରି ରହିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.