LIVE TV

ପାଣି ପମ୍ପ ସଜାଡୁଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

NEWS7
and

ଆନନ୍ଦପୁର ୦୨।୧୦ : ବିଦ୍ୟୁତ ଆଘାତରେ ଗଲା ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଭଗାନଇ ଗାଁରେ ଘଟିଛି ଘଟଣା । ମୃତକଙ୍କ ନାମ ସୁବ୍ରତ କୁମାର ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ନିଜ ଘରେ ଥିବା ପାଣି ପମ୍ପକୁ ସଜାଡୁଥିଲେ । ଏହି ସମୟରେ ଅସାବଧନତା ଲାଗି ସୁବ୍ରତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ଅଘଟଣ ସଂପର୍କରେ ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।