ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା, ମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | August 16, 2025 IST

ପୁରୀ ୧୬।୦୮ : ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା । ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଲେ ଜଣେ ବ୍ୟକ୍ତି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ରୁ ୭ ଫୁଟ୍‌ ଚଢି ସାରିଥିବା ବେଳେ କାବୁ କରିନେଲା ଜଗନ୍ନାଥ ମନ୍ଦିର ପୋଲିସ (JTP)। ପରେ ଉକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି ଜେଟିପି । 

ଖବର ଅନୁଯାୟୀ, ଅଟକ ବ୍ୟକ୍ତି ଜଣଙ୍କ ବିହାରର ବୋଲି ଜଣାପଡିଛି । ସେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣଙ୍କ ହଠାତ୍‌ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିଲେ । ଏପିରିକି ୫ ରୁ ୭ ଫୁଟ୍‌ ଚଢିସାରିଥିବା ବେଳେ କାବୁ କରିଥିଲେ ଜେଟିପି । ଉକ୍ତ ବ୍ୟକ୍ତିକୁ ଅଟକ ପରେ ସିଂହଦ୍ୱାର ଥାନାରେ ଜିମା ଦେଇଛି ଜେଟିପି । ଅଟକ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ଏହାବ୍ୟତୀତ ଘଟଣାରେ ଅଧିକ ଛାନ୍‌ଭିନ୍‌ ରଖିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.