କଟକ ୦୪।୧୧ : ଗିରଫ ହୋଇ କୋର୍ଟ ଚାଲାଣ ହେଲେ ଭଣ୍ଡ ବାବା । କଟକ ଜିଲ୍ଲା ମଧୁପାଟଣା କାଜିଡିହ ଅଞ୍ଚଳରେ ଜଣେ ବାବା ଘରେ ପଶି ଏକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଖବର ଅନୁଯାୟୀ, ସୋମବାର ଦିନ ମଧୁପାଟଣା କାଜିଡିହ ଅଞ୍ଚଳରେ ଜଣେ ବାବା ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲେ।ଶ୍ରୀନିବାସ ନିୟମିତ ଠାକୁରାଣୀଙ୍କ ଫଟୋ ଏକ ଖଟୁଲିରେ ରଖି କଟକ ସହରରେ ଘରକୁ ଘର ବୁଲି ଟଙ୍କା ମାଗୁଥିଲା। ସୋମ‌ବାର ଦିନ ପ୍ରାୟ ୧୦ଟା ବେଳେ ସେ କାଜିଡିହ ଅଞ୍ଚଳକୁ ଯାଇଥିଲା। ଏହି ସମୟରେ ଘର ଲୋକେ ଅନୁପସ୍ଥିତ ଥିବା ସୁଯୋଗ ନେଇ ନାବାଳିକାଙ୍କୁ ଅଭିଯୁକ୍ତ ଶ୍ରୀନିବାସ ଅସଦାଚରଣ କରିଥିଲା। ଏହାପରେ ନାବାଳିକା ଜଣକ ପାଟି କରିବାରୁ ଘଟଣାସ୍ଥଳରୁ ଫେରାର୍ ମାରିଥିଲା ଭଣ୍ଡ ବାବା। ପ୍ରେସ୍ ଛକରୁ ଭଣ୍ଡ ବାବାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ପୋଲିସ ଏକ ମାମଲା ରୁଜୁ କରି ଶ୍ରୀନିବାସର ଡାକ୍ତରୀ ପରୀକ୍ଷା କରାଇବା ସହ ତାକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଭଣ୍ଡ ବାବା ବାଙ୍କୀ ଥାନା ଚକପଦାର ଗାଁ' ର ଶ୍ରୀନିବାସ ଓରଫ ରବୀନ୍ଦ୍ର ପଣ୍ଡା(୩୫)।