ନୂଆବର୍ଷ ବଣଭୋଜିରେ ରକ୍ତାକ୍ତ ସଂଘର୍ଷ, ଯୁବକଙ୍କୁ ଭୁସି ଦେଲେ ବିଅର ବୋତଲ

NEWS7
one-death-in-road-accident-at-boudh

କୋଣାର୍କ : ପ୍ରଥମେ ବଚସା ପରେ ରକ୍ତପାତ । ବେକରେ ପଶିଲା ବିଅର ବୋତଲ । ପିକିନିକରେ ଯୁବକକୁ ମଦ ବୋତଲ ଭୁସିଦେଲେ । ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ରାମେଶ୍ୱରରେ ଜଙ୍ଗଲରେ । ପିକିନିକରେ ବାଣଭୋଜି କରୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ଚାଳକକୁ ମଦ ବୋତଲ ଭୁସିଦେଲେ ଯୁବକ ।

ଗୁରୁତର ଯୁବକ ଜଣକ ସୋରଭା ପଞ୍ଚାୟତ ମୁରୁଡା ଗାଁର ପିଟୁ ନାୟକ । ବେକରେ ମଦ ବୋତଲ ପଶିଯିବାରୁ ଶକ୍ତ ଆଘାତ ଲଗିଥିବାରୁ ଯୁବକଙ୍କୁ ପ୍ରଥମେ ଚାରିଛକ ମେଡିକାଲ ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ କାକଟପୁର ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକରଖି ପଚରା ଉଚରା କରୁଛି । ଭୋଜି ବେଳେ ମଦ ପିଇ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତ୍ୟକ୍ତ ହୋଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ଏବଂ ବିଅର ବୋତଲରେ ଆକ୍ରମଣ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିବଛି । ଘଟଣା ସ୍ଥଳରେ ପହଞ୍ଚି କାକଟପୁର ପୋଲିସ ତଦନ୍ତ ଚଳାଇଛି ।