ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ, ୧୮ ସ୍ମାର୍ଟଫୋନ୍ ଜବତ

Published By : Prameya-News7 Bureau | May 06, 2025 IST

ଭଦ୍ରକ ୬।ନିୟମିତ ଭାବରେ ବିଭିନ୍ନ ସ୍ଥାନରେ ମୋବାଇଲ ଛିନତାଇ କରୁଥିବା ଜଣେ ଚୋରକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ଦହିସାହିର ସଗଲ ସୁନୀଲ । ଅଭିଯୁକ୍ତ ଠାରୁ ୧୯ଟି ସ୍ମାର୍ଟଫୋନ ଜବତ କରିଛି ପୋଲିସ । 

ସୁନୀଲ ଜଣେ ନିୟମିତ ମୋବାଇଲ ସ୍ନାଚର ହୋଇଥିବା ବେଳେ ଅନେକ ଥାନାରେ ତା ନାଁରେ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । 

ସୂଚନାଯୋଗ୍ୟ ଯେ, ସୁନୀଲ ଭଦ୍ରକ ବେତଡା ଅଞ୍ଚଳକୁ ଚୋରି ମୋବାଇଲ ବିକିବାକୁ ଆସିଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ଚଢ଼ାଓ କରିଥିଲା । ପରେ ସୁନୀଲକୁ ଧରିବା ସହିତ ତା ନିକଟରୁ ଏହି ସବୁ ଚୋରି ମୋବାଇଲ ଜବତ କରିଥିଲା । ମିଳିଥିବା ମୋବାଇଲ ଗୁଡିକର କାଗଜପତ୍ର ସହିତ ପ୍ରମାଣ ଦେଖାଇ ନିଜ ନିଜର ମୋବାଇଲ ନେଇ ପାରିବେ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୂଚନା ଦେଇଛନ୍ତି ।

You Can Read:

କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ : ସୁରେଶ ପୂଜାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.