କୁକୁର ଆକ୍ରମଣରେ ଦେଢବର୍ଷର ଶିଶୁପୁତ୍ର ଗୁରୁତର, ବାରଣ୍ଡାରେ ଶୁଆଇ ଗାଧୋଇବାକୁ ଯାଇଥିଲା ମା’

Published By : Prameya-News7 Bureau | May 04, 2024 IST

ପାଟଣା ୪।୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହିରେ ଅଘଟଣ । ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଘର ବାରଣ୍ଡାରେ ଶୁଆଇ ମାଆ ଗାଧୋଇବା ପାଇଁ ଯାଇଥିବା ସମୟରେ କୁକୁର ଆକ୍ରମଣରେ ଶିଶୁପୁତ୍ର ଗୁରୁତର ହୋଇଛି । ଗୁରୁତର ଶିଶୁପୁତ୍ର ହେଲେ ଗ୍ରାମର ଫୁତୁଲୁ ମୁଣ୍ଡାଙ୍କ ଶିବା ମୁଣ୍ଡା । ଗୁରୁତର ଶିଶୁପୁତ୍ରକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୁଣ୍ଡ, ବେକ ଓ ପେଟରେ ଗଭୀର କ୍ଷତ ହୋଇଛି । ଅବସ୍ଥା ଗୁରୁତର ହେବାରୁ ଶିଶୁପୁତ୍ରକୁ ପ୍ରାଥମିକ  ଚିକିତ୍ସା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You Can Read :

ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.