ବାଇକ୍-ସ୍କୁଟର ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

Published By : Prameya-News7 Bureau | May 14, 2024 IST

ପାଟଣା ୧୪।୫: ବାଇକ୍ ଓ ସ୍କୁଟର ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଫାଣ୍ଡି କପାସପଡା ନିକଟରେ ଏକ ବାଇକ୍ ଓ ସ୍କୁଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ସମସ୍ତଙ୍କ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ତୋଣ୍ଡ ଗ୍ରାମର ମିତ୍ରଭାନୁ ବେହେରା ଏବଂ ଘଟଗାଁ ଥାନା ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା । ଗୁରୁତର ହେଲେ ଗୋପବନ୍ଧୁ ମୁଣ୍ଡା, ଭବାନୀ ମୁଣ୍ଡା ଓ  ସୁଲେଖା ବେହେରା । ସମସ୍ତ ଆହତଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

You Can Read :

ମାଲକାନଗିରିରେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ମତଦାନ : ଭିଡ ଓ ଇଭିଏମ୍‌ ତ୍ରୁଟି ଯୋଗୁଁ ବିଳମ୍ବ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.