ଘଟଗାଁ ୧୩/୫: ରେଳୱେ ଟ୍ରାକରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ବଢୁଛି ସନ୍ଦେହ । ମୃତ୍ୟୁର କାରଣ ଖୋଜୁଛି ପୋଲିସ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଲୱେ ଷ୍ଟେସନ ନିକଟ ମଙ୍ଗଳପୁର ଓଭର ବ୍ରିଜ ତଳ ରେଲୱେ ଟ୍ରାକରୁ ହାଟଡିହି ବ୍ଲକ ଏବିଡିଓ ବିଦୁଭୂଷଣ ଜେନାଙ୍କର ମୃତଦେହ ମିଳିଛି । ବିଦୁଭୂଷଣ ଚଳନ୍ତା ଟ୍ରେନରୁ ପଡି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଥିବାବେଳେ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ଆଧାରରେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
‘ସୁରକ୍ଷା ଯୋଗାଇବାରେ ବିଫଳ ଡବଲ ଇଂଜିନ୍ ସରକାର’: ମୁ...