କଟକରେ ହେବନି ବାମସେଫ୍‌ର ଅଧିବେଶନ, କାହିଁକି ମନା କଲେ ହାଇକୋର୍ଟ

NEWS7
odisha-power-minister-denied-to-agree-power-cuts-in-state

କଟକ୨୪/୧୨: ବାଲିଯାତ୍ରା ପଡିଆରେ ହେବାକୁ ଥିବା ବାମସେଫ ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନକୁ ଅଦାଲତି ଝଟ୍‌କା । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ ।ଏଭଳି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ ହେବାର ଆଶଙ୍କା ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଡ ଜେନେରାଲ । ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ।

ଆସନ୍ତା ୨୬ ତାରିଖରୁ ୩୦ ତାରିଖ ଯାଏ ୫ ଦିନିଆ ବାମସେଫ ସଂଗଠନ ପକ୍ଷରୁ ବାଲିୟାତ୍ରା ପଡିଆରେ ରାଷ୍ଟ୍ରୀୟ ଅଧିବେଶନ ହେବାର ଥିଲା । ଏନେଇ ସମସ୍ତ ପ୍ରକାର ପ୍ରଶାସନିକ ଅନୁମତି ମଧ୍ୟ ମିଳିସାରିଥିଲା । କିନ୍ତୁ ଭୁଲ ତଥ୍ୟ ଦେଇ ଆୟୋଜକ ଅନୁମତି ନେଇଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାକୁ ଆଧାର କରି ସମାବେଶ ପାଇଁ ମିଳିଥିବା ଅନୁମତି ପ୍ରତ୍ୟାହାର କରିନେଇଥିଲା ପ୍ରଶାସନ । ଯାହାକୁ ଚ୍ୟାଲେଞ୍ଜ କରି ଆୟୋଜକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।