ବ୍ରହ୍ମପୁର ୨୫।୧୧: ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍‌ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଝାରପଡ଼ା ଜେଲ୍‌କୁ ୧୨ ଅଭିଯୁକ୍ତ ସ୍ଥାନାନ୍ତରିତ ହୋଇଛନ୍ତି । ଶଙ୍କର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତିଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌କୁ ପଠାଗଲା । ସେପଟେ ମଙ୍ଗଳବାର ମାମଲାର ରେକର୍ଡପତ୍ର ହସ୍ତାନ୍ତର ହେବ ବୋଲି ସୂଚନା ରହିଛି ।

ଗତ ୨୨ ତାରିଖରେ ଦୁଇ ଏସ୍‌ଆଇ ପରୀକ୍ଷାର୍ଥୀଙ୍କୁ ୫ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ସମନ ପାଇବା ପରେ ସିବିଆଇ ଅଫିସରେ  ସକାଳୁ ସକାଳୁ ଦୁଇ ଜଣ ହାଜର ହେବା ସହ ନିଜର ବୟାନ ରଖୁଛନ୍ତି I ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ପଚରା ଉଚରା I ପ୍ରାଥମିକ ପର୍ଯ୍ୟୟରେ ପୃଥକ ପୃଥକ ଜେରା କରିବା ପରେ, ଉଭୟଙ୍କ ବୟାନ ରେକର୍ଡ କଲା ସିବିଆଇ I ୫ ଘଣ୍ଟା ପରେ ଏବେ ଉଭୟଙ୍କୁ ସାମ୍ନା ସାମନି ଜେରା ପାଇଁ ଉପର କୋଠରୀକୁ ନେଲା ସିବିଆଇ I ତେବେ କେମିତି, କାହା ମାଧ୍ୟମରେ ଓ କିଭଳି ଦଲାଲଙ୍କ ସମ୍ପର୍କରେ ଆସିଥିଲେ ସେନେଇ ପଚରା ଉଚରା କରାଯାଇଥିବା ସିବିଆଇ ସୂତ୍ରରୁ ଜଣା ପଡିଛି