ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ-ବି ପରୀକ୍ଷା ସ୍ଥଗିତ; OPRBର ବିଜ୍ଞପ୍ତି

Published By : Prameya-News7 Bureau | March 07, 2025 IST

ଭୁବନେଶ୍ବର: ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ । ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବନ୍ଦ ରଖିଛି OPRB । ଓଡ଼ିଶା ପୋଲିସର ଗ୍ରୁପ-‘ବି’ ଏକ୍ସଜାମକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି ।  ଏନେଇ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ରିଲିଜ୍ କରି ସୂଚନା ଦିଆଯାଇଛି । 

ଯୁବ କଂଗ୍ରେସ ଦାବି ଆଗରେ ନରମିଲେ ସରକାର । ଓଡ଼ିଶା ପୋଲିସର ଗ୍ରୁପ୍‌ ‘ବି’ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରିଛନ୍ତି । ତେବେ ପୋଲିସ ଏସଆଇ, ଆସିଷ୍ଟାଣ୍ଟ ଜେଲର ଏବଂ ଫାୟାର  ସର୍ଭିସର ଷ୍ଟେସନ ଅଫିସର୍‌ ନିଯୁକ୍ତି ପରୀକ୍ଷା ପରିଚାଳନା କରିବା ନେଇ ଆଇଟିଆଇ ଲିମିଟେଡ୍‌ ଏକ ପିଏସୟୁ ସଂସ୍ଥାକୁ ଦାୟିତ୍ୱ  ଦିଆଯାଇଥିଲା । ମାତ୍ର ଏହି ସଂସ୍ଥା ରିଚ୍‌ମାଇଣ୍ଡ  ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ସବ୍ କଣ୍ଟ୍ରାକ୍ଟ ଦେଇଥିଲା । ସବ୍ କଣ୍ଟ୍ରାକ୍ଟ ନେଇଥିବା ରିଚମାଇଣ୍ଡ ଡିଜିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ବିରୋଧରେ ପରୀକ୍ଷା ପରିଚାଳନାରେ ଦୁର୍ନୀତି ବାବଦରେ ଯୁବକଂଗ୍ରେସ ଅଭିଯୋଗ ଆଣିବା  ସହିତ ପୂର୍ବର ବିଭିନ୍ନ ପ୍ରମାଣ ଦେଖାଇଥିଲା ।  ଯାହାକୁ ନେଇ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି OPRB ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.