ଭୁବନେଶ୍ୱର : ଓଡ଼ିଶା ନାଟକ ଏକଡେମୀ ପୁରସ୍କାର ଘୋଷଣା ହୋଇଛି । ୩ ବର୍ଷ ପାଇଁ ନାଁ ଘୋଷଣା କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ପୁରସ୍କାର, ଉପାୟନ ଏବଂ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପ୍ରମୁଖ ୪ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

୨୦୨୩ ପାଇଁ ପ୍ରଣବ କିଶୋର ପଟ୍ଟନାୟକ ଓ ବାଦଲ ଶିକଦାରଙ୍କୁ ସମ୍ମାନ ମିଳିଛି। ୨୦୨୪ ପାଇଁ ବଂଶୀବଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ସୁଧାକର ସାହୁଙ୍କୁ ସମ୍ମାନ ମିଳିଛି। ୨୦୨୫ ପାଇଁ ଘନଶ୍ୟାମ ପଣ୍ଡା ଓ ଭାଗବତ ପ୍ରଧାନଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ୨୦୨୩ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ, ଅଭିନୟ ଭଳି ବିଭିନ୍ନ ବର୍ଗରେ ୩ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୪ ପାଇଁ ୩ଜଣ ଏବଂ ୨୦୨୫ ପାଇଁ ୩୨ ଜଣଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।

ସେହିଭଳି କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ୨୦୨୩ ପାଇଁ ସଙ୍ଗୀତ, ନୃତ୍ୟ, ନାଟକ ଓ ଲୋକକଳା ପାଇଁ ଜଣଙ୍କୁ ସମ୍ମାନିତ କରାଯାଇଛି। ୨୦୨୪ ବର୍ଷ ପାଇଁ ଜଣ ଏବଂ ୨୦୨୫ବର୍ଷ ପାଇଁ 8ଜଣଙ୍କୁ କବିଚନ୍ଦ୍ର କାଳୀଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ବାବୁ ସିଂ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ପ୍ରମୁଖ ଉପସ୍ଥିତ ଥିଲେ।