କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକଙ୍କ ସହ ୧୭ ଏମ୍ଓୟୁ ସ୍ବାକ୍ଷରିତ : ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 29, 2025 IST

ଭୁବନେଶ୍ବର ୧: କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ହଜାରେ କୋଟିରୁ ଅଧିକ ଟଙ୍କାର ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏ ନେଇ  ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ୧୭ଟି ଏମ୍ଓୟୁ ସ୍ବାକ୍ଷର କରିଛନ୍ତି । ଡିଜିଟାଲ୍ ମାର୍କେଟିଂ ଓ ଶୀତଳ ଭଣ୍ଡାରର ନୂଆ ପିଲିସି ବିଷୟରେ ମଧ୍ୟ କହିଛନ୍ତି । 

କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପକୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଲୋଚନା କରିଥିଲେ । ସେ କହିଥିଲେ, ଓଡ଼ିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆମେ ଚାଷୀ ବା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛୁ । ସ୍ମାର୍ଟ ଫାର୍ମିଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ଆମ ସରକାର କାର୍ଯ୍ୟ କରୁଛନ୍ତି । ଜୈବିକ ପ୍ରଣାଳୀରେ ଚାଷ ଆମ ସରକାରଙ୍କ ଫୋକସ୍ । ଆପଣ ଆସନ୍ତୁ ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ କରନ୍ତୁ । ଯୁବ ଉଦ୍ୟୋଗୀ ମାନେ ମଧ୍ୟ ଆଗେଇ ଆସନ୍ତୁ ଆମେ ଏହି ଶିଳ୍ପ ନୂଆ ବିପ୍ଲବ ଆଣିବା । ଶୀତଳ ଭଣ୍ଡାର ପାଇଁ ନୂଆ ପିଲିସି ଆଣିଲେ ରାଜ୍ୟ ସରକାର । 

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ଏହି ଆଲୋଚନାରେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।


You Can Read:

ଅଯୋଗ୍ୟ ଘୋଷିତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା, ତତ୍କାଳ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.