ଚଣ୍ଡିଗଡର ୧୦ ସ୍କୁଲ୍‌କୁ ବୋମା ଧମକ ; ଇମେଲ୍ ପରେ ଛୁଟି ଘୋଷଣା, ପୋଲିସ୍‌ର ସର୍ଚ୍ଚ ଅପରେସନ ଜାରି

NEWS7
odisha-govt-has-signed-17-mous-with-investors-in-agriculture-and-food-processing-industries

ନୂଆଦିଲ୍ଲୀ ୧୧।୦୨;ପଞ୍ଜାବର ଅନେକ ସ୍କୁଲକୁ ବୋମା ଧମକ ମିଳିଛି, ଯାହା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଉଛି ଏବଂ ଏକ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଧମକ ପାଇଥିବା ସ୍କୁଲଗୁଡ଼ିକ ଧମକପୂର୍ଣ୍ଣ ଇମେଲ୍ ପାଇବା ପରେ, ପ୍ରଶାସନ ମୋହାଲିର ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି। ଫୋନ୍ କଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଅଭିଯାନ ଆରମ୍ଭ କରିଛି, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ବୁଧବାର ଚଣ୍ଡିଗଡ଼ ଓ ମୋହାଲିରେ ୧୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଯାହାପରେ ସ୍କୁଲ ବନ୍ଦ ଛୁଟି କରାଯିବା ପରେ ପିଲାମାନଙ୍କୁ ଘରକୁ ପଠାଯାଇଥିଲା। ଅଭିଭାବକମାନଙ୍କୁ ପଠାଯାଇଥିବା ଏକ ବାର୍ତ୍ତାରେ, ସ୍କୁଲ ପକ୍ଷରୁ କୁହାଯାଇଛି କି ସୁରକ୍ଷା ସତର୍କତା ଯୋଗୁଁ ଛୁଟି ଦିଆଯାଇଛି। ଆମ ଛାତ୍ର, କର୍ମଚାରୀ ଓ ପରିବାରର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ତେଣୁ ସ୍କୁଲ ବନ୍ଦ ନିଷ୍ପତ୍ତି ସତର୍କତା ଓ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି। ଯାଞ୍ଚ ପ୍ରକ୍ରିୟା ପୂରା ହେବା ପରେ ପୁନର୍ବାର ବିଦ୍ୟାଳୟ ସ୍ଵାଭାବିକ୍ କରାଯିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି ।

ସେପଟେ, ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ମେସେଜ୍ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି, "ମୋହାଲିର ସ୍କୁଲ ଓ କଲେଜଗୁଡ଼ିକରେ ଦିନ ୧:୧୧ ମିନିଟ୍ ରେ ବୋମା ବିସ୍ଫୋରଣ ହେବ।" ଏହି ଇମେଲ୍ ରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଧମକ ଦିଆଯାଇଛି। ଏଥିରେ ଫେବୃଆରୀ ୧୩ ତାରିଖରେ ସଂସଦରେ ବୋମା ବିସ୍ଫୋରଣ ହେବାର କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଅନେକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିବାର ଗୋଟିଏ ଦିନ ପରେ ଚଣ୍ଡିଗଡ଼ ଓ ମୋହାଲି ସ୍କୁଲଗୁଡ଼ିକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି ।

ଅଧିକ ପଢନ୍ତୁ-ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ; ଟ୍ରକକୁ ଧକ୍କା ଦେଲା କାର, ଚାଲିଗଲା ୬ ଜୀବନ