ପାଞ୍ଚ ଫୁଟିଆ ଲମ୍ବା ନିଶ ପାଇଁ ଚର୍ଚ୍ଚିତ ୫୭ ବର୍ଷୀୟ ବୋଟ୍ ଚାଳକ ଅଖିଲ ବିଶ୍ଵାସ, ଧନ ସମ୍ପତ୍ତି ନୁହେଁ ମୃତ୍ୟୁ ବେଳକୁ ଲମ୍ବା ନିଶକୁ ସାଥିରେ ନେଇ ଯିବେ

Published By : Prameya-News7 Bureau | August 01, 2025 IST

ଚାନ୍ଦବାଲି : ପାଞ୍ଚ ଫୁଟିଆ ନିଶ ପାଇଁ ଚର୍ଚ୍ଚାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏ ସି ଅଧିନସ୍ଥ ଶାସ୍ତ୍ରୀ ଘାଟର ଅଖିଲ ବିଶ୍ଵାସ । ନିଜର ୫ଫୁଟ ଲମ୍ବର ନିଶକୁ ଅତି ସୌଖିନରେ ସେ ବଢ଼ାଉଛନ୍ତି। ତାଙ୍କର ଏହି ନିଶ ରଖିଵାର ନିଶା ଟିକେ ନିଆରା । କେହି ତାଙ୍କୁ ଏ ବିଷୟରେ ପଚାରିଲେ କୁହନ୍ତି ଯେ, ଆପଣ ଯେତେ ସମ୍ପତି କମାଇ ଥିଲେ ବି ମୃତ୍ୟୁବେଳେ କିଛି ବି ସାଙ୍ଗରେ ନେଇକି ଯାଇ ନ ଥାନ୍ତି। କିନ୍ତୁ ମୁଁ ଏ ନିଶକୁ ସାଙ୍ଗରେ ନେଇକି ଯିବି। ସେଥିସପାଇଁ ଅତି ସୌଖିନରେ ବଢ଼ାଇ ଚାଲିଛି। ଅଖିଳଙ୍କ ନିଆରା ନିଶ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଚାନ୍ଦବାଲିରୁ ଭିତରକନିକା ଯାଉଥିବା ପର୍ଯ୍ୟଟକ ବୋଟ ଚଳାଇ ଥାନ୍ତି ଅଖିଲ । ସେ ଯେଉଁଠି ବସି ପଡ଼ନ୍ତି ପର୍ଯ୍ୟଟକ ତାଙ୍କ ନିଶ ଦେଖିବା ସହିତ ତାଙ୍କ ସହିତ ସେଲ୍‌ଫି ମଧ୍ୟ ନିଅନ୍ତି। ଏଥିରେ ସେ ବହୁତ ଖୁସି । କେହି କେହି ଖୁସିରେ କିଛି ଟଙ୍କା ଟିପ୍ସ ଦେଉଥିନବା ସେ କୁହନ୍ତି। ଅଖିଳଙ୍କ ଏ ନିଆରା ନିଶ ରଖିଵାର ନିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । 

 ଚାନ୍ଦବାଲି ଏନ୍ ଏ ସି ଅଧିନସ୍ଥ ଶାସ୍ତ୍ରୀଘାଟରେ ଅନିଲ ଵିଶ୍ଵାସଙ୍କ ପୁଅ ଅଖିଲ ବିଶ୍ୱାସ । ବୟସ ୫୭ ବର୍ଷ ପାର୍ ହେଲାଣି। କିନ୍ତୁ ନିଜର ନିଶକୁ ୨୦ ବର୍ଷ ବୟସରୁ ନିଶକୁ ଅତି ଯତ୍ନରେ ସହକାରେ ରଖିଛନ୍ତି। ପାଞ୍ଚ ଫୁଟରୁ ଅଧିକ ହୋଇ ଥିବା ବେଳେ ସେ ତାକୁ କାନରେ ଗୁଡ଼ାଇ ରଖନ୍ତି। ବାସ୍ତବରେ ଦେଖିବାକୁ ଗଲେ ସେ ଜଣେ ଵୋଟ ତିଆରି ମିସ୍ତ୍ରୀ,ଵୋଟ ଚାଳକ ଏବଂ ଅଧିକାଂଶ ସମୟରେ ଟୁରିଷ୍ଟ ପର୍ଯ୍ୟଟଙ୍କୁ ସାଥିରେ ଧରି ବୁଲିବା ପାଇଁ ଭିତର କନିକା,ଗହିର ମଥା ଯାଇଥାନ୍ତି । ଏଥି ସହିତ ତାଙ୍କର ମୂଳ ବେଉସା ହେଲା ବୈତରଣୀ ନଦୀରେ ଵୋଟରେ ମାଛଧରି କିଛି ଟଙ୍କା ଉପାର୍ଜନ କରି ପ୍ରତିପୋଷଣ କରିଥାନ୍ତି। ଜାଲ ବୁଣା , ମାଛଧରା ଏସବୁ ଗୁଡ଼ିକ କାର୍ଯ୍ୟ ଦୀର୍ଘ ୩୦ ବର୍ଷ ଧରି କରୁଛନ୍ତି। ତାଙ୍କର ଯେଉଁ ଲମ୍ବା ନିଶ ରହିଛି ମଝିରେ ମଝିରେ କାନରେ ଗୁଡେ଼ଇ ଗୁଡେ଼ଇ ରଖିବା ଅତି ସୁନ୍ଦର ଭାବେ ସଜ୍ଜାଇ ରଖିବାକୁ ପସନ୍ଦ କରନ୍ତି। 

 ନିଶକୁ ଅତି ଯତ୍ନ ନେଉ ଥିବା ଜଣେ ମଣିଷ ଭାବେ ସେ ଭଲ ଭାବରେ ଚାନ୍ଦବାଲିରେ ପରିଚିତ। ଵୋଟରେ ମାଛଧରା ବେଳେ ହେଉ କିମ୍ବା ଟୁରିଷ୍ଟ ମାନଙ୍କୁ ଭିତର କନିକା ସାଥିରେ ଗଲା ବେଳେ ହେଉ ସେ ଟିକିଏ ନିଶରେ ହାତ ନ ମାରିଲେ ତାଙ୍କୁ ଭଲ ଲାଗି ନ ଥାଏ। ମଝିରେ ମଝିରେ କାନରେ ଗୁଡେ଼ଇ ରଖନ୍ତି। କେତେ ବେଳେ ତାଙ୍କ ସହିତ କିଏ ସେଳ୍ଫି ନିଅନ୍ତି ତ ଆଉ କିଛି ନିଶକୁ ଧରି ଦୁଇ ପାର୍ଶ୍ଵରେ ଠିଆ ହୋଇ ଧରନ୍ତି।  ଏହି ଲମ୍ବା ନିଶ ପାଇଁ ଚାନ୍ଦବାଲିରେ ବହୁ ଚର୍ଚ୍ଚା ହୋଇ ଥାଏ। ତାଙ୍କର କେବଳ ଗୋଟିଏ କଥା ମଣିଷ ମଶାଣିକୁ ଗଲେ ପରିଵାର ଲୋକେ ଦେହରୁ ସୁନା ଗହଣା ଭଳି ସମ୍ପତ୍ତିକୁ ବାହାର କରି ନେଇ ଯିବେ କିନ୍ତୁ ନିଶ ତ କେହି ନେବେ ନାହିଁ। ଏହା ମୋର ସମ୍ପତ୍ତି। କେବଳ ମୃତ୍ୟୁ ବେଳକୁ ଜୀବନ ସାଥି ହୋଇ ମୋ ସାଥୀରେ ମଶାଣିକୁ ଯାଇ ପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.