LIVE TV

ପଞ୍ଚମ ଦିନରେ ବିଧାନସଭା ଅଚଳ, ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି

NEWS7
assembly

ଭୁବନେଶ୍ୱର ୨୩।୦୯ : ବିଧାନସଭା ମୌସୁମୀ ଅଧିବେଶନ। ପଞ୍ଚମ ଦିନରେ ବି ଗୃହ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ମଙ୍ଗଳବାର ଦିନ ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଏହିକ୍ରମରେ ପୂର୍ବକାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ଗୃହର ପ୍ରଶ୍ନକାଳ । ହେଲେ ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ଓ ନାରାବାଜି କରିଥିଲେ । ପଞ୍ଚାୟଚ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ବାରମ୍ବାର ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବିରୋଧୀ ସଦସ୍ୟଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ । ହେଲେ ବିରୋଧୀ ସଦସ୍ୟ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଶେଷରେ ବାଧ୍ୟ ହୋଇ ବିଧାନସଭାର ୫ମ ଦିନ କାର୍ଯ୍ୟଦିବସକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ​​​​​​​