ବାଲିଯାତ୍ରା ୨୦୨୫
LIVE TV

ଭୟଙ୍କର ବିସ୍ଫୋରଣରେ ଥରିଲା ରାଜଧାନୀ, ପୂରା ଦିଲ୍ଲୀରେ ହାଇଆଲର୍ଟ ଜାରି

NEWS7
nurse-suspected-body-found-fron-hospital

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ରାଷ୍ଟ୍ରୀୟ ରାଜଧାନୀ। ମେଟ୍ରୋ ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଘଟିଥିବା ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଛି। ଦୁର୍ଘଟଣାସ୍ଥଳ ଆଖପାଖରେ ଥିବା ଦୋକାନଗୁଡ଼ିକର କାଚ ଭାଙ୍ଗି ଯାଇଛି। ଏହି ଅଘଟଣ ପରେ ପୂରା ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।

ଘଟଣାର ସୂଚନା ମିଳିବା ମାତ୍ରେ ଫାୟର ବ୍ରିଗେଡର ୭ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଏହା ବ୍ୟତୀତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଏହି ବିସ୍ଫୋରଣ ଘଟିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଏହାର ଧମାକା ଏତେ ତୀବ୍ର ଥିଲା ଯେ, ଭୂକମ୍ପ  ପରି ଅନୁଭବ ହୋଇଥିଲା।

ଏହି ବିସ୍ଫୋରଣରେ ଅନେକ ଗାଡ଼ି ଧ୍ଵସ୍ତ ବିଧ୍ଵସ୍ତ ହୋଇ ଯାଇଛି। ପୋଲିସ ଅଧିକାରୀଙ୍କ ସହିତ ଏନଏସଜି ଓ ଏନଆଇଏର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଛି। ଦୁର୍ଘଟଣା ଆଖପାଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି।  କାହାରିକୁ  ବି ଉକ୍ତ ରାସ୍ତାରେ ଯାତାୟତ ପାଇଁ ଅନୁମତି ଦିଆଯାଉ ନାହିଁ।

ଏହି ଘଟଣା ସେହି ଦିନ ଘଟିଛି ଯେବେ ଜମ୍ମୁ-କାଶ୍ମୀର ପୋଲିସ ଅନ୍ୟ ଏଜେନ୍ସି ସହିତ ମିଶି ଜୈଶ ଏ ମହମ୍ମଦ ଓ ଅଂସାର ଗଜବତ ଅଲ ହିନ୍ଦ ସହ ଜଡ଼ିତ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲେ। ହି ମର୍ଡ୍ୟୁଲ କାଶ୍ମୀର, ହରିୟାଣା ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା।