ଧରାପଡ଼ିଲା କୁଖ୍ୟାତ ଅପରାଧୀ ଭାବ ପଣ୍ଡା, ଦୁର୍ଘଟଣା ଘଟାଇ ଫେରାର ମାରିବାବେଳେ ଧରିଲା ପୋଲିସ

Published By : Prameya-News7 Bureau | August 14, 2025 IST

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳରୁ କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଓରଫ ଭବ ପଣ୍ଡାକୁ ଗିରଫ କରିଛି ବଡ଼ମ୍ବା ପୋଲିସ। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ବଡ଼ମ୍ବା ପୋଲିସ୍ ୬୫ ନମ୍ବର ରାଜ୍ୟ ରାଜପଥ କଟକ -ନରସିଂହପୁର ମୁଖ୍ୟରାସ୍ତା ରଗଡ଼ିପଡ଼ା ନୂଆତଇଲା ଛକ ନିକଟରେ ଜଗିରହିଥିଲା।

ଏହି ସମୟରେ ଅଭିଯୁକ୍ତ ତିଗିରିଆ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ବଡ଼ମ୍ବା ଅଭିମୁଖେ ଆସୁଥିବାବେଳେ ନୂଆତଇଲା ଛକ ନିକଟରେ ପୋଲିସକୁ ଦେଖି ବନ୍ଧୁକ ଦେଖାଇ ଚଖମା ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା ମଧ୍ୟ ବିଫଳ ହୋଇଥିଲା। 

ଗିରଫ ଅଭିଯୁକ୍ତ ନାମରେ ବିଭିନ୍ନ ଥାନରେ ୧୨ଟି ମାମଲା ରହିଛି ଏବଂ  ତା’  ନିକଟରୁ ଗୋଟିଏ ଦାମୀ କାର, ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, କିଛି ରୂପା ଚେନ୍‌ ଓ ମନିପର୍ସ କବତ କରିବା ସହ ଆସାମୀକୁ କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି ଆଠଗଡ଼ ଏସଡିପିଓ ବିଶ୍ୱଜିତ୍ ମହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.