LIVE TV

ବାଇଜୁ ରବିନ୍ଦ୍ରନଙ୍କ ଉପରେ ୯ ହଜାର କୋଟି ଟଙ୍କା ଜରିମାନା କଲେ ଆମେରିକା କୋର୍ଟ: କ’ଣ କହିଲେ ରବିନ୍ଦ୍ରନ ?

NEWS7
no-global-recession-despite-us-tariffs-says-imf

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏଡଟେକ୍ କମ୍ପାନୀ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନଙ୍କୁ ଆମେରିକାର ଏକ କୋର୍ଟ ୧ ବିଲିୟନ ଡଲାର (₹୯,୦୦୦ କୋଟି)ରୁ ଅଧିକ ଜରିମାନା କରିଛନ୍ତି। ବାଇଜୁର ଆଲଫା ଏବଂ ଆମେରିକାର ଋଣଦାତା ଗ୍ଲାସ୍ ଟ୍ରଷ୍ଟ ଏଲଏଲସି କମ୍ପାନୀ ବାଇଜୁ ବିରୁଦ୍ଧରେ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଡେଲାୱେର ବ୍ୟାଙ୍କରପ୍ସି କୋର୍ଟ ରବିନ୍ଦ୍ରନଙ୍କୁ ଫାଇନ କରିଛନ୍ତି।

ବାଇଜୁର ଆଲଫା ହେଉଛି ଏକ ଆମେରିକୀୟ କମ୍ପାନୀ, ଯାହା ଭାରତୀୟ ଏଡଟେକ୍ ଜାଏଣ୍ଟ ବାଇଜୁର ସହାୟକ କମ୍ପାନୀ ଭାବେ କାମ କରୁଥିଲା। ବାଇଜୁ ପାଇଁ ପାଣ୍ଠି ଯୋଗାଡ଼ି କରିବାକୁ ୨୦୨୧ ମସିହାରେ ଡେଲାୱେର (ଆମେରିକା)ରେ ଏହାର ପ୍ରତିଷ୍ଠା କରାଯାଇଥିଲା।

ବାଇଜୁ ରବିନ୍ଦ୍ରନଙ୍କ କମ୍ପାନୀ, ବାଇଜୁ, ୨୦୨୧ ମସିହାରେ ଆମେରିକୀୟ ବ୍ୟାଙ୍କ ଏବଂ ଋଣଦାତାଙ୍କ ଏକ ଗ୍ରୁପ ଠାରୁ ପ୍ରାୟ $୧.୨ ବିଲିୟନ (୧୧,୦୦୦ କୋଟି ଟଙ୍କା) ଋଣ ନେଇଥିଲା। ଏହି ଟଙ୍କା ବାଇଜୁର କାର୍ଯ୍ୟ ପାଇଁ ବ୍ୟବହାର କରାଯିବାର ଥିଲା। ହେଲେ ଋଣ ଖିଲାପ କରିବା ପରେ ବାଇଜୁର ଆଲଫା ଏପ୍ରିଲ ୨୦୨୪ରେ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ ଓ ତାଙ୍କ ସ୍ତ୍ରୀ ଦିବ୍ୟା ଗୋକୁଳନାଥ, ଭାଇ ରିଜୁ ରବିନ୍ଦ୍ରନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ୫୩୩ ମିଲିୟନ ଡଲାର (ପ୍ରାୟ ₹୪,୫୦୦ କୋଟି) ଚୋରି ଏବଂ ଠକେଇ ଅଭିଯୋଗ କରି ଏକ ମାମଲା ଦାୟର କରିଥିଲା।

ଘଟଣା ପରେ ନଭେମ୍ବର ୨୦୨୫ ଡେଲାୱେରର ଏକ କୋର୍ଟ ରବିନ୍ଦ୍ରନଙ୍କ ବିରୁଦ୍ଧରେ ଏକ ଡିଫଲ୍ଟ ରାୟ ପ୍ରଦାନ କରିଛନ୍ତି। ଏଥିରେ ତାଙ୍କୁ ୧ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପଟେ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ୍ ନଭେମ୍ବର ୨୨ ରେ ପ୍ୟାରିସ୍ରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ଦେବାଳିଆ କୋର୍ଟ ଦ୍ୱାରା ପ୍ରଦାନ