୪ ବର୍ଷରେ ବ୍ରାଉନସୁଗାର ଜବତ ଘଟଣାରେ ୧୪୨୬ ମାମଲା, ୧୫୨୨ ଗିରଫ

NEWS7
no-action-is-worth-your-daughter--anurag-kashyaps-apology-after-outrage

ଭୁବନେଶ୍ବର ୬।୧୨: ହିରୋଇନ, ବ୍ରାଉନସୁଗାର ନିଶା କବଳରେ ରାଜ୍ୟ । ୪ ବର୍ଷରେ ଜବତ ହେଲାଣି ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବ୍ରାଉନସୁଗାର ଜବତ ଘଟଣାରେ ୪ ବର୍ଷ ମଧ୍ୟରେ ୧୪୨୬ ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୫୨୨ ଜଣ । ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୨୯ କେଜି ୧୬୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩୩୧ ଜଣ ଗିରଫ ହୋଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।