LIVE TV

ଖାଲିସ୍ତାନୀ ଆତଙ୍କବାଦୀ ପନୁ ବିରୋଧରେ NIAର ବଡ଼ ଆକ୍ସନ, ଜାଣନ୍ତୁ ଉସକାଉଥିଲା କାହାକୁ?

NEWS7
Pannu

ନୂଆଦିଲ୍ଲୀ ୨୪।୯:  ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଆମେରିକାରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନୁ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ଗତ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯିଏ ରୋକି ଦେବ ତାକୁ ପନୁ ପୁରସ୍କାର ଦେବ ବୋଲି ଘଷଣା କରିଥିଲା ଓ ଏହା ଦ୍ୱାରା ଶିଖ ସମୂଦାୟକୁ ଭାରତ ବିରୋଧରେ ଉସକାଇବାକୁ ଉଦ୍ୟମ କରିଥିଲା।

ଏନଆଇଏ ଏତଲା ଅନୁସାରେ ପନୁ ନିଷିଦ୍ଧ ସଙ୍ଗଠନ ‘ଶିଖ ଫର ଜଷ୍ଟିସ୍’ (ଏସଏଫଜେ)ର କାଉନସଲ ଜେନେରାଲ ଅଛି। ସେ ଅଗଷ୍ଟ ୧୦ ତାରିଖ ଦିନ ଲାହୋର ପ୍ରେସ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜାରି କରି କହିଥିଲା ‘ଯେଉଁ ଶିଖ ସୈନିକ ପ୍ରଧାନମନ୍ତ୍ରୀଙ୍କୁ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବାରେ ରୋକି ଦେବ ତାକୁ ୧୧ କୋଟି ଟଙ୍କାର ପୁରସ୍କାର ଦିଆଯିବ’। ଏହି ଅବସରରେ ସେ ଖାଲିସ୍ତାନର ଏକ ନୂଆ ନକ୍ସା ମଧ୍ୟ ଜାରି କରିଥିଲା। ଯେଉଁଥିରେ ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶକୁ ସାମିଲ କରିଥିବାର ଦେଖାଯାଇଥିଲା।

ଏତଲାରେ ଏହା ବି ଉଲ୍ଲଖ ରହିଛି ଯେ ପନୁ ଓ ଏସଏଫଜେ ଭାରତ ବିରୋଧୀ ଗତିବଦ୍ଧିକୁ ଦ୍ରୁତ କରିବାକୁ ‘ଶହିଦ ଜଥା’ ନାମକ ଏକ ସଙ୍ଗଠନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛି। ଏଜେନ୍ସୀ ଦାବି କରିଛି ଯେ ପନୁର ଏହି ସବୁ କାର୍ଯ୍ୟକଳାପର ଭିଡିଓ ପ୍ରମାଣ ଓ ମଜଭୁତ ସୂଚନା ରହିଛି। ଏନଆଇଏ ଏହି ଏତଲା ବେଆଇନ ଗତିବିଦ୍ଧି(ନିୟନ୍ତ୍ରଣ) ଅଧିନିୟମ (ୟୁଏପିଏ) ସମେତ ଭାରତୀୟ ଆଇନର ଅନ୍ୟ ଧାରାମାନଙ୍କରେ ରୁଜୁ ହୋଇଛି। ଏଥିରେ ଗୁରୁପତୱନ୍ତ ସିଂହ ପନୁ ସମେତ ଆଉ କିଛି ଅଜ୍ଞାତ ଲୋକଙ୍କୁ ଅଭିଯୁକ୍ତ କରାଯାଇଛି। ଏହି ପଦକ୍ଷେପ ଗୃହ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ନିଆଯାଇଛି।

ଗୃହମନ୍ତ୍ରାଳୟ କହିଛି ଯେ ପନୁ ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରି ଖାଲିସ୍ତାନର ପ୍ରଚାର କରିଛି ଓ ଏଥିରେ ସେ ପଞ୍ଜାବ ଉପରେ ଭାରତର ଅଧିକାରକୁ ଅସ୍ୱୀକାର କରିଛି। ଏହି ମାମଲାର ତଦନ୍ତ ଏନଆଇଏକୁ ଏଥି ପାଇଁ ଦିଆଯାଇଛି ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଏହି ଷଡ଼ଯନ୍ତ୍ରକୁ ଯେପରି ସବୁ ଦିଗରୁ ଯାଞ୍ଚ କରାଯାଇ ପାରିବ।