LIVE TV

ଦୀପାବଳୀ ପୂର୍ବରୁ ଆସିଲା ନିର୍ଦ୍ଦେଶାନାମା, ରାତି ୭ ଟାରୁ ୯ଟା ଯାଏଁ ଫୁଟିବ ବାଣ

NEWS7
dipawali

ଭୁବନେଶ୍ୱର ୧୪।୧୦ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିର୍ଦ୍ଦେଶ । ଦୀପାବଳିରେ ବାଣ ଫୁଟାଇବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ରାତି ୭ ଟାରୁ ୯ଟା ଯାଏଁ ବାଣ ଫୁଟାଇବା ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ଆସନ୍ତୁ ଜାଣିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କେଉଁ ସବୁ ନିର୍ଦ୍ଦେଶାନାମା ଜାରି କରାଯାଇଛି-:

-: ଦୀପ ଜଳାଇ ଦୀପାବଳି ପାଳନ କରନ୍ତୁ

-: ରାତି ୭ଟାରୁ ୯ଟା ଯାଏଁ ବାଣ ଫୁଟାନ୍ତୁ

-: ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଠାରୁ ଦୂରେଇ ରୁହନ୍ତୁ

-: ଖୋଲା ଜାଗାରେ ବାଣ ଫୁଟାନ୍ତୁ

-: ଲୋକଙ୍କ ଯିବାଆସିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ

-: ବାଣ ଫୁଟାଇବା ସମୟରେ ଛୋଟ ଛୁଆଙ୍କୁ ଦୂରରେ ରଖନ୍ତୁ

-: ପାର୍କ, ହସ୍ପିଟାଲ, କୋର୍ଟ, ଧାର୍ମିକ ଆଦି ସ୍ଥାନ ନିକଟରେ ବାଣ ଫୁଟାନ୍ତୁ ନାହିଁ

-: ବାଣ ଫୁଟାଇବା ସମୟରେ ସୂତାର କପଡ଼ା ପିନ୍ଧନ୍ତୁ

-: ବାଣ ଫୁଟାଇବା ସମୟରେ ପାଖରେ ପାଣି କିମ୍ବା ବାଲି ରଖନ୍ତୁ

-: ବାଣକୁ ହାତରେ ଜଳାନ୍ତୁନାହିଁ, ସର୍ବଦା ଭୂମିରେ ରଖି ଜଳାନ୍ତୁ

-: ବାଣ ଫୁଟିବା ସମୟରେ ସବୁବେଳେ ଦୂରରେ ରୁହନ୍ତୁ

-: ପ୍ରଥମ ଥର ନଫୁଟିଥିବା ବାଣକୁ ଆଉ ଥରେ ଲଗାନ୍ତୁ ନାହିଁ

-: ପଶୁପକ୍ଷୀଙ୍କୁ ବାଣର ଧୂଆଁ ଓ ଶବ୍ଦରୁ ଦୂରରେ ରଖନ୍ତୁ

-: ବୃଦ୍ଧ ଓ ଶ୍ୱାସ ରୋଗୀଙ୍କୁ ବାଣ ଧୂଆଁ ଠାରୁ ଦୂରରେ ରୁହନ୍ତୁ

-:ବାଣ ଫୁଟାଇବା ସମୟରେ ଆଖିରେ ଚଷମା ପିନ୍ଧନ୍ତୁ