ସ୍କୁଲ ନାଁ ସହ ‘ଇଣ୍ଟରନ୍ୟାସନାଲ୍’ କିମ୍ୱା ‘ଗ୍ଲୋବାଲ୍’ ଲେଖିବା ଏଣିକି ନୁହେଁ ସହଜ, ଏହି ରାଜ୍ୟ ସରକାର ଆଣିଲେ ନିୟମ

NEWS7
new-born-dead-body-recovered-from-dustbin-in-delhi

ନୂଆଦିଲ୍ଲୀ: ଏଣିକି ସ୍କୁଲ ଆଗରେ ଲେଖି ପାରିବେନି ‘ଇଣ୍ଟରନ୍ୟାସନାଲ୍’ କିମ୍ୱା ‘ବ୍ଲୋଗାଲ୍’ । ବିନା ଯୋଗ୍ୟତାରେ ଏହି ଶବ୍ଦର ପ୍ରୟୋଗ କରିପାରିବେ ନାହିଁ । ବିଦେଶରେ ନିଜ କ୍ୟାମ୍ପସ କିମ୍ୱା ଅନ୍ତର୍ଜାତୀୟ ପାଠ୍ୟକ୍ରମ ପ୍ରଦାନ ପରି ବିଶିଷ୍ଟ ମାନଦଣ୍ଡ ପୂରଣ ନକରିଲେ ଏହା ଲେଖିପାରିବେ ନାହିଁ । ମହାରାଷ୍ଟ୍ର ସରକାର ବିନା ଯୋଗ୍ୟତାରେ ସ୍କୁଲ ନାଁ ସହିତ ‘ଇଣ୍ଟରନ୍ୟାସନାଲ୍’ କିମ୍ୱା ‘ଗ୍ଲୋବାଲ୍’ ପରି ଶବ୍ଦ ବ୍ୟବହାର ଉପରେ କଟାକଣା ଲଗାଇଛନ୍ତି । ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଅଭିଭାବକଙ୍କ ମଧ୍ୟରେ ଭ୍ରମ ଦୂର କରିବା ଓ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ସୁନିଶ୍ଚିତ କରିବା ।

ମହାରାଷ୍ଟ୍ର ସ୍କୁଲ ବିଭାଗ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କୁ ନୂଆ ପ୍ରସ୍ତାବ ଓ ବର୍ତ୍ତମାନ ଥିବା ସ୍କୁଲର ତଦନ୍ତ କରି ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟତା ମାନଦଣ୍ଡ ଅନୁସାରେ, ସ୍କୁଲକୁ ନିଜ ନାଁରେ ଅନ୍ତର୍ଜାତୀୟ କିମ୍ୱା ବୈଶ୍ୱିକ ଶବ୍ଦ ବ୍ୟବହାର କରିବା ପାଇଁ ଭାରତ ବାହାରେ କ୍ୟାମ୍ପସ ରହିବା କିମ୍ୱା ଅନ୍ତର୍ଜାତୀୟ ପାଠ୍ୟକ୍ରମ ପ୍ରଦାନ ବାଧ୍ୟତାମୂଳକ ଅଟେ । ଯେଉଁ ସ୍କୁଲଗୁଡ଼ିକ ପୂର୍ବରୁ ଏହି ଶବ୍ଦର ବ୍ୟବହାର କରୁଛନ୍ତି, ଯଦି ସେମାନେ ମାନଦଣ୍ଡ ପୂରଣ ନକରନ୍ତି, ତେବେ ସେମାନଙ୍କୁ ନିଜ ନାଁ ପରିବର୍ତ୍ତନ କରିବାକୁ କୁହାଯିବ । ନିୟମ ପାଳନ କରିବା କ୍ଷେକ୍ରରେ ସ୍କୁଲ ବିରୁଦ୍ଧରେ ନିୟାମକ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସ୍ଥାନରେ ସ୍କୁଲ୍ ନାଁ ସହିତ ଗ୍ଲୋବାଲ୍ ଓ ଇଣ୍ଟରନ୍ୟାସନାଲ୍ ଯୋଡ଼ିବାର ଟ୍ରେଣ୍ଡ ଚାଲିଛି । ଅଭିଯୋଗ ଅନୁସାରେ, ଏପରି କରିବା ଦ୍ୱାରା ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସ୍ଥିତି ସୃଷ୍ଟି ହୋଇଥାଏ । ଏହି ଅଭିଯୋଗକୁ ଧ୍ୟାନରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଯଦି ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଲାଗୁ ହୁଏ ତେବେ ସ୍ଥିତିରେ ଅନେକ ସୁଧାର ଆସିପାରେ।