News7 Logo

ନେପାଳ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର, କେତେ ସମ୍ପତ୍ତିର ଅଟନ୍ତି ମାଲିକ ?

NEWS7
nepal

ନୂଆଦିଲ୍ଲୀ ୧୩।୦୯: ନେପାଳ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଯାଏ । କିନ୍ତୁ ଏଠାକାର ଫିଲ୍ମ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ନେପାଳୀ ସିନେମା ବିଷୟରେ ଜାଣିନାହାନ୍ତି ଅନେକ ଲୋକ । କିନ୍ତୁ ଦେଶରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ବଳିଷ୍ଠ ଅଭିନୟ ଜରିଆରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି । ଏଠାରେ ମଧ୍ୟ ଏପରି କଳାକାର ଅଛନ୍ତି ଯିଏକି ବେଶ୍‌ ପ୍ରସିଦ୍ଧ । ଏମାନଙ୍କ ମଧ୍ୟରେ ଜଣେ ସୁପରଷ୍ଟାର ମଧ୍ୟ ଅଛନ୍ତି  । ଯିଏକି କୋଟିକୋଟିର ସମ୍ପତ୍ତିର ମାଲିକ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ...

ଏହି ଅଭିନେତା ହେଉଛନ୍ତି ରାଜେଶ ହମାଲ । ତାଙ୍କୁ ନେପାଳୀ ସିନେମାର ସୁପରଷ୍ଟାର କୁହାଯାଏ। ୯ ଜୁନ ୧୯୬୪ରେ ନେପାଳର ପାଲପାରେ ଜନ୍ମଗ୍ରହଣ କରିଥିଲେ । ସେ ନେପାଳୀ ସିନେମା ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି । ରାଜେଶ ୩ ଦଶନ୍ଧିରୁ ଅଧିକ ସମୟ ଧରି ନେପାଳୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି । ସେ ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ରାଜେଶଙ୍କ ପିତା ଚୁଡା ବାହାଦୁର ହମାଲ । ସେ ଜଣେ ବିଶିଷ୍ଟ କୂଟନୀତିଜ୍ଞ ଥିଲେ । ଯିଏ ପାକିସ୍ତାନରେ ନେପାଳର ରାଷ୍ଟ୍ରଦୂତ ମଧ୍ୟ ଥିଲେ ।

ରାଜେଶ ୧୯୯୧ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ଯାହା ୧୯୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ଶୀର୍ଷରେ ପହଞ୍ଚିଥିଲା। ସେ ନେପାଳୀ ସିନେମାରେ ଅନେକ ବକ୍ସ ଅଫିସ୍ ରେକର୍ଡ କରିଛନ୍ତି । ଯେଉଁଥିରେ ଲିଡ୍‌ ଆକ୍ଟ୍ରେସ୍ ଭାବରେ ସେ ବାଣିଜ୍ୟିକ ଭାବେ ସର୍ବାଧିକ ସଫଳ ଫିଲ୍ମ, ଲଗାତାର ହିଟ୍ ଏବଂ ସବୁଠାରୁ ଅଧିକ ଆକ୍ଟିଙ୍ଗ ଆଓ୍ବାର୍ଡ ସାମିଲ ରହିଛି  । ରାଜେଶ ତାଙ୍କ କାକା ଦୀପକ ରାୟମାଝୀଙ୍କ ଫିଲ୍ମ 'ଯୁଗ୍ ଦେଖି ଯୁଗ ସମ୍ମା' ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ଜାତୀୟ ସ୍ତରରେ ଦେଇଥିଲା ପରିଚୟ ।

୨୦୧୯ରେ ସେ 'ହୁ ୱାଣ୍ଟ୍ସ ଟୁ ବି ଏ ମିଲିନେୟାର?' ର ନେପାଳୀ ସଂସ୍କରଣ 'କୋ ବାଞ୍ଚା କରୋଡ଼ପତି' ହୋଷ୍ଟ କରିଥିଲେ। ଶୋ' ହୋଷ୍ଟ କରିବା ଯୋଗୁଁ ରାଜେଶଙ୍କୁ ବଲିଉଡ ସୁପରଷ୍ଟାର ଅମିତାଭଙ୍କ ସହ ତୁଳନା କରାଯାଏ । କିଶୋର ଅବସ୍ଥାରେ ରାଜେଶ ତାଙ୍କ ପିତାଙ୍କ ସହ ମସ୍କୋ ଚାଲିଯାଇଥିଲେ । ଅନେକ ବର୍ଷ ସେ ରୁଷରେ ରହିଥିଲେ ଏବଂ ସେଠାକାର କଲେଜରୁ ପାଠ ପଢ଼ିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି  ।

୧୯୮୫ରେସେ ଭାରତୀୟ ଫ୍ୟାଶନ୍ ପତ୍ରିକା 'ଫ୍ୟାଶନ୍ ନେଟ୍' ପାଇଁ ମଡେଲିଂ କରିଥିଲେ ଏବଂ ୧୯୮୬ରେ ସେ କାଠମାଣ୍ଡୁ ଏବଂ ନୂଆଦିଲ୍ଲୀର ରାମ୍ପ ଚାଲିଥିଲେ । ଏହା ଥିଲା ତାଙ୍କର ଗ୍ଲାମର ଜଗତରେ ପ୍ରଥମ ପ୍ରବେଶ। ୨୦୦୬ରୁ ପ୍ରତିବର୍ଷ ୧୦ ଅକ୍ଟୋବରକୁ ନେପାଳରେ 'ରାଜେଶ ହମାଲ୍ ଦିବସ' ପାଳନ କରାଯାଏ। ରାଜେଶଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଫିଲ୍ମୀ ଥିଲା । ପ୍ରାରମ୍ଭିକ ଦିନରେ ଅଭିନେତ୍ରୀ କ୍ରିଷ୍ଟି ମୈନାଲିଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା।

ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରି ବେଶ୍‌ ଚମତ୍କାର ଥିଲା। ପରେ ତାଙ୍କର ଏବଂ କରିଶ୍ମା ମନନ୍ଧରଙ୍କ ଯୋଡି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ଶେଷରେ ୨୪ ମଇ ୨୦୧୪ରେ ସେ କାଠମାଣ୍ଡୁର ହୋଟେଲ ଅନ୍ନପୂର୍ଣ୍ଣାରେ ତାଙ୍କଠାରୁ ୨୨ ବର୍ଷ ସାନ ମଧୁ ଭଟ୍ଟରାୟଙ୍କୁ ବିବାହ କରିଥିଲେ। ତେବେ ରାଜେଶ ହମାଲଙ୍କ ସମ୍ପତ୍ତି କୋଟିକୋଟି ଟଙ୍କା । ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତି ୫୦ ନିୟୁତ ଡଲାର । ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୪୪୧ କୋଟି ଟଙ୍କା।