MSME ରୁ Urban Development.... ନିର୍ମଳା କହିଲେ ସରକାରଙ୍କ ୩ ପ୍ରମୁଖ କର୍ତ୍ତବ୍ୟର କଥା

NEWS7
neet-exam-row-why-is-govt-ignoring-voices-of-lakhs-of-students-says-priyanka-gandhi

ନୂଆଦିଲ୍ଲୀ, ୦୧|: ରବିବାର ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍-୨୦୨୬-୨୭। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ପାଇଁ ଗୃହରେ ବଜେଟ୍ ଉପସ୍ଥାପନା କରୁଛନ୍ତି । ବଜେଟ୍ ଅଭିଭାଷଣରେ ସେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ବାବଦରେ ଉଲ୍ଲେଖ କରିଛନ୍ତି। ଏହାସହ ଭାରତ ସରକାରଙ୍କ ତିନୋଟି କର୍ତ୍ତବ୍ୟ ସେ ଦେଶବାସୀଙ୍କ ଆଗରେ ରଖିଛନ୍ତି ।

୨୦୨୬-୨୭ବଜେଟ୍ ଆରମ୍ଭରୁ ଅର୍ଥମନ୍ତ୍ରୀ ତିନୋଟି ମୁଖ୍ୟ କର୍ତ୍ତବ୍ୟବାବଦରେସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଆଧାରିତ । ଏଥିରେ ଗରିବ, ଶୋଷିତ ଏବଂ ଦଳିତ ବର୍ଗଙ୍କ ବିକାଶ ପାଇଁ ସରକାର ବଦ୍ଧ ପରିକର । ଏହା କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ହୋଇଥିବା ପ୍ରଥମ ବଜେଟ୍ । ଯାହା ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିବା ସେ ପ୍ରକାଶ କରିଛନ୍ତି ।

ନିର୍ମଳା ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ଆର୍ଥିକ ବିକାଶକୁ ଅଧିକ ଦ୍ରୁତ କରିବା ଏବଂ ଏହାକୁ ସଦାବେଳେ ଆଗରେ ରଖିବା । ସେହିପରି ଦ୍ୱିତୀୟ କର୍ତ୍ତବ୍ୟ ହେଉଛି ଦେଶବାସୀଙ୍କ ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ଦକ୍ଷତାର ବିକାଶ କରିବା । ଏହାଛଡା ସରକାରଙ୍କ ତୃତୀୟ କର୍ତ୍ତବ୍ୟ ହେଉଛି ସବକା ସାଥ୍ ସବକା ବିକାସର ଦୃଷ୍ଟିକୋଣକୁ ବାସ୍ତବତାର ରୂପ ଦେବା ।

ସେ ଆହୁରି କହିଛନ୍ତି ଯେ, ସରକାର ଆର୍ଥିକ ବିକାଶର ବୃଦ୍ଧି ପାଇଁ 6ଟି ପ୍ରମୁଖ କ୍ଷେତ୍ର ଉପରେ ଅଧିକ ଫୋକସ କରୁଛନ୍ତି । ଯାହା ଶିଳ୍ପ ପ୍ରତିଷ୍ଠା କରିବା ସହ ରୋଜଗାର ଦେବ । ଏହାସହ ସାମଗ୍ରିକ ବିକାଶରେ ମୁଖ୍ୟ ଭୁମିକା ଗ୍ରହଣ କରିବ । ଏହି ସବୁ ହେଲା ପ୍ରଥନେ ରଣନୈତିକ ଏବଂ ଅଗ୍ରଣୀ କ୍ଷେତ୍ରକୁ ଆହୁରି ପ୍ରୋତ୍ସାହନ ମିଳିବ, ଅନେକ ଶିଳ୍ପର ପୁନରୁଦ୍ଧାର ସହ ବିକାଶ, ଏମଏସଏମଇ ତଥା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପକୁ ଆଗକୁ ବଢାଯିବା ସହ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏତତ୍ ବ୍ୟତୀତ ଦୀର୍ଘକାଳୀନ ଶକ୍ତି ସଂରକ୍ଷଣ ଏବଂ ସହରର ଆର୍ଥିକ ବିକାଶ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।