NEET ଘୋଟାଲା ଅଭିଯୋଗର ଯାଞ୍ଚ ହେଉ,ସୋସିଆଲ ମିଡିଆରେ ପୋଷ୍ଟ କରି ଦାବି କଲେ ପ୍ରିୟଙ୍କା

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ ୭/୬: ଦେଶରେ ନିଟ୍‌ ପରୀକ୍ଷାକୁ ନେଇ ବଢୁଛି ବିବାଦ । ପ୍ରଥମେ NEET ପରୀକ୍ଷା ପେପର ଲିକ୍‌ ହେବା ଆଉ ଏବେ ରେଜଲ୍ଟରେ ଅନିୟମିତତା ଅଭିଯୋଗ ଆସିବା ପରେ ପିଲାଙ୍କ ପାଇଁ ବାହାରିଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି । ସୋସିଆଲ ମିଡିଆ xରେ ପୋଷ୍ଟ କରି ପ୍ରିୟଙ୍କା ଲେଖିଛନ୍ତି ମୋଦି ସରକାର ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ କରିବା ଦରକାର । ପ୍ରଥମେ ପେପର ଲିକ୍‌ ଆଉ ଏବେ ପିଲାଙ୍କ ଅଭିଯୋଗ ହେଉଛି ଫଳାଫଳରେ ମଧ୍ୟ ଘୋଟାଲା ହୋଇଛି । ଗୋଟିଏ କେନ୍ଦ୍ରରେ ୬ ଜଣ ଛାତ୍ରଙ୍କ ସମାନ ୭୨୦ ମାର୍କ ଆସିବାକୁ ନେଇ ପ୍ରଶ୍ନ ଉଠିଛି । ଏମିତିକି ରେଜଲ୍ଟ ପ୍ରକାଶ ପରେ ଦେଶର ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା  ଖବର ବି ଆସୁଛି । ଏହା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ ବୋଲି କହିଛନ୍ତି ପ୍ରିୟଙ୍କା । 

ମୋଦି ସରକାର ଲକ୍ଷ ଲକ୍ଷ ଛାତ୍ରଙ୍କ ଅଭିଯୋଗକୁ କାହିଁକି ଅଣଦେଖା କରୁଛନ୍ତି ? ପରୀକ୍ଷାରେ ହୋଇଥିବା ଘୋଟାଲାର ଯାଞ୍ଚ ହେଉ ଆଉ ସତ ସାମ୍ନାକୁ ଆସୁ ବୋଲି  ଛାତ୍ରଛାତ୍ରୀ ଚାହୁଁଛନ୍ତି । ପିଲାଙ୍କ ଅଭିଯୋଗର ଯାଞ୍ଚ କରିବା ଓ ସମାଧାନ କରିବା କଣ ସରକାରଙ୍କ ଦାୟିତ୍ବ ନୁହେଁ କି ବୋଲି ପୋଷ୍ଟ କରିଛନ୍ତି ପ୍ରିୟଙ୍କା । କେବଳ ପ୍ରିୟଙ୍କା ନୁହଁନ୍ତି ପୂର୍ବରୁ କଂଗ୍ରେସର ଅନେକ ନେତା ସୋସିଆଲ ମିଡିଆରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.