News7 Logo

ଭଗବାନ ହନୁମାନଙ୍କ ଜନ୍ମସ୍ଥଳୀ ଏହି ସୁନ୍ଦର ସ୍ଥାନ , ମୁମ୍ୱାଇ ଠାରୁ ଏତେ କିଲୋମିଟର ଯାତ୍ରା କରି ପହଞ୍ଚି ପାରିବେ

NEWS7
-

ନୂଆଦିଲ୍ଲୀ – ମୁମ୍ୱାଇରୁ ନାସିକ୍‌ ପାଖାପାଖି ୧୯୦କି.ମି ଦୂରତା ଏବଂ ଏହି ଠାରୁ କିଛି ଦୂରତାରେ ଅଛି ଅଞ୍ଜନେରୀର ପାହାଡ଼ ଗୁଡ଼ିକ। ଯାହାକୁ ଭଗବାନ ହନୁମାନଙ୍କର ଜନ୍ମସ୍ଥଳୀ କୁହାଯାଏ। ଏହି ପାହାଡ଼ ଗୁଡ଼ିକ ହନୁମାନଙ୍କର ମାତା ଅଞ୍ଜନାଙ୍କ ନାମାନୁସାରେ ରହିଛି। ଏହି ସ୍ଥାନଟି ଖୁବ୍‌ ସୌନ୍ଦର୍ଯ୍ୟପୂର୍ଣ୍ଣ ସହ ଧାର୍ମିକତା ଓ ଟ୍ରାଭେଲ ପାଇଁ ମଧ୍ୟ ମହତ୍ତ୍ୱ ରଖେ। ଏଠାରେ ସୁନ୍ଦର ହ୍ରଦ, ଦୁର୍ଗ ସହ ଟ୍ରାକିଂର ରାସ୍ତା ମଧ୍ୟ ଅଛି। ଆଡଭେଞ୍ଚରର ସଉକ ଥିବା ଲୋକଙ୍କ ସହ ଭଗବାନ ହନୁମାନଙ୍କର ଜନ୍ମସ୍ଥଳୀର ଦର୍ଶନ ପାଇଁ ମଧ୍ୟ ଲୋକେ ଏହି ଗାଁକୁ ଆସନ୍ତି।  

ନାସିକରୁ ତ୍ରୟମ୍ୱକେଶ୍ୱର ଯିବା ରାସ୍ତାରେ ପାଖାପାଖି ୨୦ କି.ମି ଚାଲି ଚାଲି ଗଲେ ଅଞ୍ଜନେରୀର ପାହାଡ଼ରେ ପହଞ୍ଚି ହୁଏ। ଅଧିକାଂଶ ଟୁରିଷ୍ଟ ଯେଉଁମାନେ ଭଗବାନ ଶିବଙ୍କ ଦର୍ଶନ କରିବାକୁ ତ୍ରୟମ୍ୱକେଶ୍ୱର ଦର୍ଶନ କରିବାକୁ ଯାଆନ୍ତି ,ସେମାନେ ମଝିରେ ଗୋଟିଏ ଦିନ ଏହି ପାହାଡ଼ ଗୁଡ଼ିକୁ ଦେଖିବା ଏବଂ ଭଗବାନ ହନୁମାନଙ୍କ ଆଶୀର୍ବାଦ ପାଇବାକୁ ରୁହନ୍ତି। ଏହି ଦୁର୍ଗର ଆଖପାଖରେ ଜୈନ ଲୋକଙ୍କ ଗୁମ୍ଫା ସବୁ ଅଛି। ସେଠାରେ ପାଖରେ ମାତା ଅଞ୍ଜନୀଙ୍କ ମନ୍ଦିର ମଧ୍ୟ ନିର୍ମିତ ହୋଇଛି। ବିଶ୍ୱାସ କରାଯାଏ ଯେ, ମାତା ଅଞ୍ଜନୀ ଏହି ଗୁମ୍ଫା ଗୁଡ଼ିକ ଭିତରେ ଭଗବାନ ହନୁମାନଙ୍କୁ ଜନ୍ମ ଦେଇ ଥିଲେ।

ଅଞ୍ଜନେରୀ ଟ୍ରାକ୍‌ ପାଖାପାଖି ୪ କି.ମି ଦୂରତାରେ ରହିଛି। ଯାହାକୁ ଅତିକ୍ରମ କରିବାରେ ପୂରା ୪-୫ ଘଣ୍ଟା ସମୟ ଲାଗି ଯାଏ। ଏହି ଟ୍ରାକ୍‌ ବହୁତ କଠିନ ନୁହେଁ ଏବଂ ମଡରେଟ୍‌ ଟାଇପ୍‌ର । ସେଠାରେ ଆଖପାଖର ଦୃଶ୍ୟ ଖୁବ୍‌ ସୁନ୍ଦର। ଯେଉଁ ଭକ୍ତଙ୍କର ଦର୍ଶନ କରିବାକୁ ଆସିଥିବା ଲୋକଙ୍କ ବ୍ଯତୀତ ଟ୍ରାକିଂ କରୁ ଥିବା ଲୋକ ମଧ୍ୟ ମଧ୍ୟ ଏହି ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି।

ଏହି ଟ୍ରାକ୍‌ର ରାସ୍ତାରେ ଏକ ହ୍ରଦ ମଧ୍ୟ ଅଛି। ଯାହାର ଆକୃତି ଗୋଟିଏ ପାଦ ପରି। ଲୋକଙ୍କ ବିଶ୍ୱାସ ଯେ, ଏହି ହ୍ରଦ ଭଗବାନ ହନୁମାନଙ୍କ ବାମ ପାଦର ପାଦଚିହ୍ନରେ ତିଆରି ହୋଇଛି। ସେଠାରେ ପାଖାପାଖା ୪୦ ମିନିଟ୍‌ର ଟ୍ରାକ୍ ପରେ ଅଞ୍ଜନୀ ମାତାଙ୍କ ମନ୍ଦିର ଆସିଥାଏ। ଏହି ମନ୍ଦିର ଖୁବ୍‌ ଦୁର୍ଲଭ , କାରଣ ସମଗ୍ର ଭାରତରେ ଅଞ୍ଜନୀ ମାତାଙ୍କ କୌଣସି ବି ମନ୍ଦିର ନାହିଁ।
​​​​​