News7 Logo

ନାଏବ ସରପଞ୍ଚ ରଞ୍ଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

NEWS7
death

ଗୁଣୁପୁର ୧୨/୦୯:  ନାଏବ ସରପଞ୍ଚ ରଞ୍ଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ । ଗୁଣପୁର ଡମ୍ବସରା ଗାଁର ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଞ୍ଜିତା ତ୍ରିପାଠୀ ଏବଂ ସେ ଡମ୍ବସରା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ବୋଲି ଜଣା ପଡ଼ିଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ରଂଜିତାଙ୍କ ପରିବାର ବର୍ଗ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏହା ହତ୍ୟା ନା ଆତ୍ମହତ୍ୟା ଘଟିଛି ଏହା ସଠିକ ତଦନ୍ତ କରିବା ପାଇଁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନ ଅନୁଯାୟୀ ମୃତ ରଞ୍ଜିତା ଡମ୍ବସରା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ କୌଣସି କାରଣ ବଶତଃ ଗତ କାଲି ରଂଜିତାଙ୍କ ମୃତ୍ୟୁ ଘଟିଥିଲା । ସଂଗେ ସଂଗେ ପରିବାରବର୍ଗ ରଂଜିତାଙ୍କୁ ଉଧାର କରି ଗୁଣପୁର ଉପଖଣ୍ଡ ଚିକିଛାଲୟ ରେ ଭର୍ତି କରିଥିଲେ ସୁଧା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ପରିବାରବର୍ଗଙ୍କ  ଅଭିଯୋଗ ଆଧାରରେ ଗୁଣପୁର ପୋଲିସ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।