କ୍ରିକେଟ ଜଗତର ପପୁଲାର ହୋଷ୍ଟଙ୍କ ପ୍ରେମରେ ଅଭିନେତ୍ରୀ କୃତିକା, ଫଟୋ ସେୟାର କରି କଲେ କନଫର୍ମ

NEWS7
naali-cha-will-explore-the-impact-of-social-media-on-rural-life

ନୂଆଦିଲ୍ଲୀ ୧୨।୧୨; ଟିଭିର ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ କୃତିକା କାମରା । ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଚର୍ଚ୍ଚାକୁ ଆସିଛି। ଅଭିନେତ୍ରୀ ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିଛନ୍ତି । ଯିଏ କ୍ରିକେଟ ଜଗତର ଜଣାଶୁଣା ଚେହେରା । ସୋସିଆଲ୍ ମିଡିଆରେ ଅଭିନେତ୍ରୀ କୃତିକା କାମରାଙ୍କ ଡେଟିଙ୍ଗ୍ ଖବରକୁ ନେଇ ନା ନା ଆଲୋଚନା ହେଉଛି। ସେହି ବ୍ୟକ୍ତି ଜଣକ ଆଉ କେହି ନୁହେଁ, କ୍ରିକେଟ ଜଗତର ପପୁଲାର ହୋଷ୍ଟ୍ ଗୌରବ କପୁର ।

ସୋସିଆଲ୍ ମିଡିଆରେ ଗୌରବଙ୍କ ସହ ଏକ ଫଟୋ ସେୟାର୍ କରିଥିଲେ । ଏହା ସହ ଅଭିନେତ୍ରୀ ଲେଖିଥିଲେ, “ବ୍ରେକଫାଷ୍ଟ୍ ୱିଥ୍”। ଏହି ପୋଷ୍ଟରେ ସେଲିବ୍ରିଟି ମାନେ ରିଆକ୍ସନ ଦେଇଥିଲେ ଏବଂ ଲେଖିଥିଲେ, “ଶେଷରେ”। ସେହିପରି ହାର୍ଟ୍ ଇମୋଜିରେ ପୁରା କମେଣ୍ଟ୍ ସେକ୍ସନ୍ ଭରି ଯାଇଛି । କୃତିକା କାମରାଙ୍କ ଜନ୍ମ ୨୫ ଅକ୍ଟୋବର ୧୯୮୮ରେ ହୋଇଥିଲା। ଅଭିନେତ୍ରୀଙ୍କ ବୟସ ଏବେ ୩୭ ବର୍ଷ । ଅନ୍ୟପକ୍ଷରେ ଗୌରବ କପୁର ଜନ୍ମ ୧୧ ଏପ୍ରିଲ୍ ୧୯୮୧ରେ ହୋଇଥିଲ। କୃତିକା କାମରାଙ୍କ ଠାରୁ ୭ ବର୍ଷ ବଡ଼ ଗୌରବ ।

୨୦୧୪ରେ କ୍ରିକେଟ୍ ହୋଷ୍ଟ୍ କିରତ୍ ଭଟ୍ଟଲଙ୍କୁ ବିବାହ କରିଥିଲେ ଗୌରବ। ହେଲେ ସେମାନଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡିଆରେ ଖବର ମିଳିନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ୨୦୨୧ରେ ଗୌରବ କପୁର ଓ କିରତ ଭଟ୍ଟଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି । କହିବାକୁ ଗଲେ ଗୌରବ କପୁର ୪୦ରୁ ୬୫ କୋଟି ଟଙ୍କାର ସଂପତ୍ତିର ମାଲିକ । ତାଙ୍କ ଆୟର ଅଧିକାଂଶ ଭାଗ ବ୍ରାଣ୍ଡ୍ ଏଣ୍ଡର୍ସମେଣ୍ଟ୍ (ବ୍ରାଣ୍ଡ୍ ପ୍ରୋମୋସନ୍) ଓ ପୋଡକାଷ୍ଟରୁ ଆସେ। ଅନ୍ୟପକ୍ଷରେ କୃତିକା କାମରାଙ୍କ ମୋଟ ସଂପତ୍ତି ୧୦ରୁ ୧୨ କୋଟି ଟଙ୍କା । ସେ ସିରିଜ୍ ଓ ସିରିଆଲ୍ (ଟିଭି ଧାରାବାହିକ) ମାଧ୍ୟମରେ ଆୟ କରନ୍ତି।