ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍, ୧୫ ତୀର୍ଥଯାତ୍ରୀ ମୃତ

NEWS7
naali-cha-will-explore-the-impact-of-social-media-on-rural-life

ନୂଆଦିଲ୍ଲୀ,୪|୦୨ : ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଜୀବନ ହାରିଲେ ୧୫ରୁ ଅଧିକ ଯାତ୍ରୀ । ଏପରି ଏକ ଅଘଟଣ ଘଟିଛି ବ୍ରାଜିଲରେ । ଏଠାକାର ଉତ୍ତରପୂର୍ବରେ ଥିବା ଅଲାଗୋଆସ୍ ରାଜ୍ୟରେ ଏହି ଅଘଟଣ ଘଟିଛି ।

ମିଡିଆ ରିପୋର୍ଟ ଅନୁସାରେ, ବସଟି ୬୦ ଜଣ ଯାତ୍ରୀଙ୍କୁ ନେଇ ଆଓ୍ୱାର୍ ଲେଡି ଅଫ୍ କ୍ୟାଣ୍ଡେଲାରିଆ ଉତ୍ସବରୁ ଫେରୁଥିଲା । ଫେବ୍ରୁଆରୀ ୨ ତାରିଖରେ ଏହି ପର୍ବ ପାଳନ ହୋଇଥାଏ । ବ୍ରାଜିଲରେ ସେଆରା ରାଜ୍ୟର ଅନେକ ଶ୍ରଦ୍ଧାଳୁ ବସରେ ଥିଲେ । କିନ୍ତୁ ଫେରିବା ବେଳେ ଏକ ବୁଲାଣି ରାସ୍ତାରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ତେବେ ଡ୍ରାଇଭର ବେପାରୁଆ ଢଙ୍ଗରେ ଗାଡି ଚଳାଉଥିବା କିଛି ଅହତ ହୋଇଛନ୍ତି ।

ଏହି ଖବରଟି ପଢନ୍ତୁ...

ପଦ୍ମଶ୍ରୀକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ, ସରକାରଙ୍କୁ ଜଣାଇଲେ ଧନ୍ୟବାଦ, କହିଲେ...

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଅନେକ ପ୍ରାଣ ହରାଇଥିଲେ । ଏହାସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏମାନଙ୍କ ମଧ୍ୟରେ ଏବେସୁଦ୍ଧା ୫ ପୁରୁଷ, ୭ ମହିଳା ଏବଂ ୩ ଜଣ ଶିଶୁ ରହିଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।