ନୂଆଦିଲ୍ଲୀ: ଟେକ୍ନୋଲୋଜି ଦୁନିଆରେ ସବୁଠୁ ଚର୍ଚ୍ଚିତ ନାଁ ମଧ୍ୟରୁ ଗୋଟିଏ। ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରୁହନ୍ତି । ଏବେ ତାଙ୍କୁ ନେଇ ଏକ ବଡ଼ ଅଭିଯୋଗ ଆସିଛି। ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନ୍ସର ଏଶଲୀ ସେଣ୍ଟ କ୍ଲେୟର କହିଛନ୍ତି, ସେ ଏଲନମସ୍କଙ୍କ ପିଲାର ମାଆ। ଆଉ ଏହି ସତ୍ୟତାକୁ ଲୁଚାଇବାକୁ ତାଙ୍କୁ ଅଫର ହୋଇଛି ୧ ଅରବ ଡଲାର ।
ଏଲନ୍ ମସ୍କଙ୍କ କେତେ ସନ୍ତାନ ? ବିଭିନ୍ନ ରିପୋର୍ଟ ଆଧାରରେ ୧୪ ବୋଲି କୁହାଯାଉଛି । କିନ୍ତୁ ଏବେ ଲାଗୁଛି ଦୁନିଆ ତାଙ୍କର ଯେତେ ସନ୍ତାନ ବିଷୟରେ ଜାଣିଛି , ତାଠୁ ଖୁବ୍ ଅଧିକ ସନ୍ତାନ ଥାଇପାରେ। ଏମିତି କହିବାର କାରଣ, ଦିନକୁ ଦିନ ବଢ଼ୁଛି ମସ୍କଙ୍କ ପିଲାଙ୍କ ତାଲିକା। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ମସ୍କ ମହିଳାମାନଙ୍କ ପାଖକୁ ଯାଉଛନ୍ତି ଏବଂ ସେମାନଙ୍କୁ ତାଙ୍କ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରନ୍ତି। କାହିଁକିନା ମସ୍କ ଏକାଧିକ ପିଲାର ବାପା ହେବା ପାଇଁ ରଖିଛନ୍ତି ଲକ୍ଷ୍ୟ। ସେ ନିଜର ଶୁକ୍ରାଣୁ ଜାପାନର ପ୍ରଭାବଶାଳୀଙ୍କୁ ଦାନ ମଧ୍ୟ କରିଛନ୍ତି। ଏହାର ଖୁଲାସା କରିଛନ୍ତି, ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଏଶଲି ସେଣ୍ଟ କ୍ଲେୟର ।
ଯିଏ ଫେବୃଆରୀରେ ଦାବି କରିଥିଲେ ଯେ, ସେ କୋଟିପତିଙ୍କ ପୁଅକୁ ଜନ୍ମ ଦେଇଛନ୍ତି। ଯାହାର ନାଁ ରଖିଛନ୍ତି ରୋମୁଲୁସ୍। ୨୬ ବର୍ଷୀୟା ଯୁବତୀ କହିଥିଲେ ଯେ, ମସ୍କ ତାଙ୍କୁ "ରୋମୁଲୁସ୍" ବିଷୟରେ ନୀରବ ରହିବାକୁ କହିଥିଲେ। ଆଉ ଏଥିପାଇଁ ୧୫ ମିଲିଅନ୍ ଡଲାର ଅର୍ଥାତ୍ ପାଖାପାଖି ୧.୨୫ ବିଲିଅନ୍ ଡଲାର ଅଫର୍ କରିଥିଲେ। ଏମିତିକି ତାଙ୍କ ଗର୍ଭଧାରଣକୁ ଗୁପ୍ତ ରଖିବାକୁ ମସ୍କ ତାଙ୍କ ଫିକ୍ସର ଜାରେଡ୍ ବିରଚାଲ୍ ଙ୍କ ବ୍ୟବହାର ବି କରିଥିଲେ । ଖାଲି ଏତିକି ନୁହେଁ ତାଙ୍କୁ ପିଲାକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ତାଙ୍କୁ ୧ ଲକ୍ଷ ଡଲାର ଅର୍ଥାତ୍ ୮୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ କହିଥିଲେ ସର୍ତ୍ତ ଭାଙ୍ଗିଲେ ତାଙ୍କୁ ସବୁ ଟଙ୍କା ଫେରାଇବାକୁ ପଡ଼ିବ। ଏତେ ସବୁ ସତ୍ତ୍ୱେ ସେଣ୍ଟ କ୍ଲେୟାର ଏହି ଖବରକୁ ସାର୍ବଜନୀନ କରିଥିଲେ। ଏହାପରେ ମସ୍କ ତାଙ୍କ ଆର୍ଥିକ ସହାୟତାକୁ କମ୍ କରି ଦେଇଥିଲେ। ମସ୍କ ସଫେଇ ଦେଇଥିଲେ କହିଥିଲେ ଯେ "ସେ ଏହି ପିଲା କାହାର ଜାଣିଥିଲେ ମଧ୍ୟ" ସେ ସନ୍ତାନର ଭରଣ ପୋଷଣ ପାଇଁ ଟଙ୍କା ଦେଇଛନ୍ତି।
WSJ ରିପୋର୍ଟ ଅନୁଯାୟୀ, ୨୦୨୩ରେ Xରେ ସେଣ୍ଟ କ୍ଲେୟାରଙ୍କ ସହିତ ଯୋଗାଯୋଗ କରିବା ପରେ ମସ୍କ ତାଙ୍କୁ ଭେଟିଥିଲେ। ତାପରେ ଏମିତି ସବୁ ଘଟିଥିଲା। ଏଶଲୀ କହିଛନ୍ତି, ମସ୍କ କେବେଳ ମୋ ସହ ନୁହେଁ ଅନେକ ସମୟରେ ଏମିତି କରନ୍ତି। ସେ ସୋସିଆଲ୍ ମିଡିଆରେ ଅନେକଙ୍କୁ ପଚାରିଛନ୍ତି ଯେ ସେମାନେ "ତାଙ୍କ ସନ୍ତାନର ମା ହେବାକୁ ଆଗ୍ରହୀ କି ।" ମସ୍କ ଗତ ନଭେମ୍ବରରେ କ୍ରିପ୍ଟୋ ପ୍ରଭାବଶାଳୀ ଟିଫାନି ଫଙ୍ଗଙ୍କୁ ବି ମେସେଜ୍ କରିଥିଲେ ଏବଂ ତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ। କିନ୍ତୁ ସେ ମନା କରିଦେଇଥିଲେ।ବଡ଼ କଥା ହେଉଛି WSJ ରିପୋର୍ଟରେ କୁହାଯାଇଛି ଯେ, ନ୍ୟର୍କ ସୁପ୍ରିମକୋର୍ଟ ଆଦେଶରେ ରୋମୁଲୁସର ଡିଏନଏ ଟେଷ୍ଟ କରାଯାଇଥିଲା। ଏଥିରେ ମସ୍କଙ୍କ "ପିତୃତ୍ୱର ସମ୍ଭାବନା" ୯୯.୯୯୯୯% ଥିଲା। ତେବେ ଏସଲୀଙ୍କୁ ମିଳିଥିବା କିଛି ଟଙ୍କା ସେ ତାଙ୍କ ସୁରକ୍ଷା ପାଇଁ ବି ଖର୍ଚ୍ଚ କରିଛନ୍ତି।