ନୀୂଆଦିଲ୍ଲୀ : ପ୍ରକାଶ ପାଇଛି UPSC ୨୦୨୪ ଚୂଡ଼ାନ୍ତ ଫଳାଫଳ । IAS ଟପ୍ପର ହୋଇଛନ୍ତି ଶକ୍ତି ଦୁବେ । ଦେଶରୁ ଲକ୍ଷ ଲକ୍ଷ ଆସପିରାଣ୍ଟ ଏହି ମର୍ଯ୍ୟାଦାଜନକ UPSC ପରୀକ୍ଷାରେ ଅଂଶ ହୋଇଥିଲେ। ମେନ୍ସ କ୍ୱାଲିଫାଏ କରିଥିବା ପ୍ରାୟ ୨୮୪୫ ଜଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଏଥିରେ ପ୍ରୟାଗ ରାଜର ଝିଅ ଶକ୍ତି ଦୁବେ ଜବରଦସ୍ତ ପ୍ରଦର୍ଶନ କରି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ହାସଲ କରିଛନ୍ତି ପ୍ରଥମ ସ୍ଥାନ । ଆଜି ଜାଣିବା ତାଙ୍କ କ୍ୱାଲିଫିକେସନ୍ ଓ ଆଇଏସ୍ ହେବାର ଯାତ୍ରା ବିଷୟରେ।
ପରିଶ୍ରମ କରିବା ଆପଣଙ୍କ ପ୍ରଥମ କର୍ମ ହେବା ଦରକାର
କାହିଁକିନା ସଫଳତା ତାଙ୍କୁ ମିଳିଥାଏ ଯିଏ ପରିଶ୍ରମୀ ହୋଇଥାନ୍ତି
ଏହି ପଦଠି ଏଠି ଶକ୍ତି ଦୁବେଙ୍କ ପାଇଁ ପୂରା ପ୍ରଜୁଜ୍ୟ। କାହିଁକିନା ସେ ଧର୍ଯ୍ୟହରା ହେବା ଶିଖିନାହାନ୍ତି। ପରିଶ୍ରମକୁ ନିଜ ଜୀବନର ବ୍ରତ କରିଥିଲେ। ଆଉ ଏବେ ସଫଳତାର ଶିଖର ଛୁଇଁଛନ୍ତି । ଯାହା ନିଶ୍ଚୟ ଭାବେ ବେଶ୍ ଖୁସି ଓ ଗୌରବର କଥା। ଆଜି କେବଳ ପରିବାର ତାଙ୍କ ପାଇଁ ଖୁସି ନାହିଁ, ପୂରା ଦେଶ ତାଙ୍କ ପାଇଁ ଗର୍ବିତ। ଶକ୍ତି ଦୁବେଙ୍କ ଦନ୍ମ ଉତ୍ତର ପ୍ରଦେଶ ପ୍ରୟାଗରାରେ। ତାଙ୍କ ବାପା ପୋଲିସରେ ଅଛନ୍ତି । ମାଆ ଜଣେ ଗୃହିଣୀ। ତାଙ୍କ ଲାଳନପାଳନ ଖୁବ୍ ସାଧାରଣ ଥିଲା। ସେଥିପାଇଁ ତାଙ୍କ ଦୃଷ୍ଟିକୋଣ ବି ସାଧାରଣ । ଦେଶ ପାଇଁ କିଛି କରିବା ସବୁବେଳେ ତାଙ୍କର ଲକ୍ଷ ଥିଲା। ଆଉ ଏବେ ସୁଯୋଗ ତାଙ୍କ ହାତ ମୁଠାରେ।
ଶକ୍ତି ତାଙ୍କର ସ୍କୁଲ୍ ଶିକ୍ଷା ଆଉ ଗ୍ରାଜୁଏସନ୍ ପାଠପଢ଼ା ପ୍ରୟାଗରାଜରୁ ପୂରା କରିଛନ୍ତି। ଗ୍ରାଜୁଏସନ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନ ବିଜ୍ଞାନରେ ଏମଏସସି କରିଥିଲେ। ଯେଉଁଠାରେ ସେ ହଷ୍ଟେଲରେ ରହୁଥିଲେ। ଆଉ କ୍ୟାମ୍ପସ୍ ରେ ହେଉଥିବା ବିଭିନ୍ନ ବିତର୍କ ଏବଂ ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ। । 2016ରେ ପୋଷ୍ଟ ଗ୍ରାଜୁଏସନ୍ ପରେ, ଶକ୍ତି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ମନ ବଳାଇଲେ। 2018ରୁ ଦେଶର ସବୁଠୁ କଠିନ ପରିକ୍ଷା ପାଇଁ ପସ୍ତୁତି ଆରମ୍ଭ କରିଦେଲେ। ସାଇନ୍ସ ବ୍ୟାଗରାଉଣ୍ଡ୍ ସତ୍ତ୍ୱେ ସେ ରାଜନୀତି ବିଜ୍ଞାନ ଓ ଇଣ୍ଟରନେସନାଲ ରିଲେସନ୍ କୁ ଅପସନାଲ ଭାବରେ ରଖିଥିଲେ। ତାଙ୍କ ରଣନୀତି ଓ ଦୃଷ୍ଟିକୋଣ ତାଙ୍କୁ ବହୁମୂଖୀ ପ୍ରତିଭାର ଅଧିକାରୀ କରିଛି। ସେଥିପାଇଁ ସେ 28 ବର୍ଷ ବୟସରେ ତୃତୀୟ ପ୍ରାୟାସରେ UPSC ଟପ୍ପର ହୋଇଛନ୍ତି । ତେବେ ଏହି ସଫଳତା ତାଙ୍କୁ ସାତ ବର୍ଷ ପରେ ମିଳିଥିବାରୁ ପରିବାର ସଦସ୍ୟଙ୍କ ଖୁସିର ସୀମା ନାହିଁ। ଶକ୍ତି ଦୁବେ ଏକ ସାକ୍ଷାତକାରରେ ନିଜ ସଫଳତାର ଶ୍ରେୟ ନିଜ ପରିବାର ସଦସ୍ୟଙ୍କୁ ଦେଇଛନ୍ତି।
ଝିଅର ଏଭଳି ଉପଲବ୍ଧିରେ ବାପା ଦେବେନ୍ଦ୍ର କୁମାର ଦୁବେ କହିଛନ୍ତି, " ଝିଅର ସଫଳତାରେ ମୁଁ ବହୁତ ଖୁସି। ତାଙ୍କର କଠିନ ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦ ଆଜି ସାର୍ଥକ ହୋଇଛି ।" ପ୍ରକୃତରେ ଶକ୍ତି ଏବେ ଅନେକ ଆଶାୟୀଙ୍କ ପ୍ରେରଣା। କାହିଁକିନା ଧର୍ଯ୍ୟ ଓ ଏକଗ୍ରତା ରଖି କେମିତି ପାଠ ପଢ଼ିବାକୁ ହେବ ତାଙ୍କଠୁ ଶିଖିବାକୁ ମିଳିବ। ଶକ୍ତି ଦୁବେଙ୍କ ପରେ ହର୍ଷିତା ଗୋଏଲ୍, ତୃତୀୟରେ ଡୋଙ୍ଗରେ ଅର୍ଚିତ୍ ପରାଗ, ଚତୁର୍ଥରେ ଶାହ ମାର୍ଗୀ ଚିରାଗ, ପଞ୍ଚମରେ ଆକାଶ ଗର୍ଗ ଅଛନ୍ତି ।
Also Read- ନେପାଳରେ ଦ୍ରୁତ ଗତିରେ ତରଳିବାରେ ଲାଗିଛି ଗ୍ଲାସିୟର, ପ୍ରଭାବିତ ହେବେ ୨୦୦ କୋଟି ଲୋକ