News7 Logo

ଏମ୍ସ ସ୍ଥାନାନ୍ତର ହେଲେ ଅଭିଜିତ ମଜୁମଦାର, ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ଗଲେ ଭୁବନେଶ୍ୱର

NEWS7
Abhijit Majumdar

କଟକ ୦୪/୦୯: ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଘରୋଇ ହସ୍ପିଟାଲ୍ ରୁ ଏମ୍ସ କୁ କରାଯିବ ସ୍ଥାନାନ୍ତର। ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ଗଲେ ଅଭିଜିତ । ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଖରାପ କାରଣରୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲ୍ ରେ ଗତ ରବିବାର ଭର୍ତି ହୋଇଥିଲେ ଅଭିଜିତ । ସ୍ଥାନାନ୍ତର ସମୟରେ ସାଙ୍ଗରେ ଯିବେ ଡାକ୍ତରୀ ଦଳ। ଅଭିନେତା ଶ୍ରୀତମ ଦାସଙ୍କ ସୂଚନା।

ସୂଚନା ଥାଉକି, ଗତି କିଛି ଦିନ ତଳେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ ହୋଇଥିଲେ । କଟକ ସିଡିଓସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଚିକିତ୍ସା ପାଇଁ । ଅନେକ ଦିନରୁ ଲିଭର୍ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ହେଁ ନିଜର ଦୈନନ୍ଦିନ କାର୍ଯ୍ୟକୁ ସଠିକ୍ ରୂପେ କରୁଥିଲେ। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଗଣେଶ ପୂଜା ଏବଂ ଦଶହରାରେ କାର୍ଯ୍ୟକ୍ରମ ପାଇଁ ବେଶ୍ ଉତ୍ସାହିତ ଥିଲେ । 

ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟ ମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୀର୍ଘ ଚାରି ଦିନ ସେଠାରେ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ।