LIVE TV

ଘରୋଇ କଳିରୁ ସର୍ବନାଶ, ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

NEWS7
thakurmunda police station

କରଞ୍ଜିଆ ୧୧।୧୦ : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅସନକୁଦର ଗାଁର ଖଡ଼ିଆସାହିରୁ ଆସିଛି ଏଭଳି ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ମଦ୍ୟପ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଯେଉଁଥିଲେ ସ୍ୱାମୀ ସୁବଧି ଦେହୁରୀ ଏକ ଟାଙ୍ଗିଆରେ ସ୍ତ୍ରୀ ଟୁରୀ ଦେହୁରୀକୁ ହାଣି ହତ୍ୟା କରିଦେଇଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ପୋଲିସ । ସେହିପରି ଘଟଣାରେ ଅଧିକ ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ୍‌କୁ ମଧ୍ୟ ଡକାଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ଘଟଣାର ଅଧିକ ତଦନ୍ତ ହେବ ବୋଲି କହିଛି ଠାକୁରମୁଣ୍ଡା ପୋଲିସ ।