LIVE TV

ଅନ୍ୟଙ୍କ ସହ କରୁଥିଲେ ଝଗଡ଼ା, ବିରୋଧ କରିବାରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

NEWS7
bhanjanagar

ଭଞ୍ଜନଗର ୦୬।୧୦ : ଗଞ୍ଜାମ ଭଞ୍ଜନଗରରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କୁ ହତ୍ୟା। ଭଞ୍ଜନଗର ଥାନା ବୁଦୁଲି ଗାଁରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ପଞ୍ଚାନନ ବେହେରା ଓରଫ ପଞ୍ଚୁ

ଖବର ଅନୁଯାୟୀ, ରବିବାର ରାତିରେ କିଛି ଯୁବକ ପଞ୍ଚୁ ବେହେରାଙ୍କ ଦୋକାନ ଆଗରେ ଝଗଡ଼ା କରୁଥିଲେ। ସେହି ସମୟରେ ପଞ୍ଚୁଙ୍କ ଦୁଇ ପୁଅ ଝଗଡ଼ା କରୁଥିବା ଯୁବକଙ୍କୁ ଦୋକାନ ଆଗରୁ ଯିବାକୁ କହିଥିଲେ। ଏହି ସାମାନ୍ୟ କଥାକୁ ନେଇ ଦୁଇ ପୁଅଙ୍କୁ ଆକ୍ରମଣ କରୁଥିବା ସମୟରେ ପଞ୍ଚାନନ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। କିଛି ସମୟ ପରେ ପୋଲିସ ଆସି ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଫେରିଥିଲା । ହେଲେ ଝଗଡ଼ା ଲାଗି ପଞ୍ଚାନନଙ୍କ ନାକ ଓ କାନରୁ ରକ୍ତ ବାହାରିବାରୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲାଶେଷରେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପଞ୍ଚୁଙ୍କ ମୃତ୍ୟୁ ହୋଇଯାଇଛି। ସେପଟେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରିବା ସହ  ପାଞ୍ଚ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।