LIVE TV

ବଡ଼ ଭାଇକୁ ଛୁରାମାଡ଼, ବିରୋଧ କରି ଚାଲିଗଲା ସାନ ଭାଇର ଜୀବନ

NEWS7
aska

ଆସିକା ୦୬।୧୦ : ପ୍ରଥମେ ବଡ଼ ଭାଇଙ୍କୁ ଆକ୍ରମଣ । ପରେ ସାନ ଭାଇଙ୍କୁ ଛୁରା ମାରି ହତ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍‌, ଦାମୋଦର ପଲ୍ଲୀରେ ଛୁରାମାଡ଼ ହୋଇଛି । ମୃତକ ୩୫ ବର୍ଷୀୟ ଡି.ଶଙ୍କର ରେଡ୍ଡୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସଞ୍ଜୀବ ରେଡ୍ଡୀଙ୍କ ସହିତ ସେହି ଗାଁର ରମେଶ ରେଡ୍ଡୀଙ୍କ ନାମକ ଜଣେ ଯୁବକଙ୍କ ପୂର୍ବଶତ୍ରୁତାକୁ ନେଇ ବଚସା ହୋଇଥିଲା । ବଚସା କ୍ରମଶଃ ଉଗ୍ର ରୂପ ନେଇଥିବା ବେଳେ ରମେଶ ପ୍ରଥମେ ସଞ୍ଜୀବଙ୍କୁ ଛୁରାରେ ଆକ୍ରମଣ କରିଥିଲେ । ବଡ଼ ଭାଇ ଉପରେ ଆକ୍ରମଣ ହେବା ଦେଖି ସାନ ଭାଇ ଶଙ୍କର ରେଡ୍ଡୀ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିଲେ । ହେଲେ ଏହି ସମୟରେ ଛୁରା ମାଡ଼ କରିଥିଲେ । ଘଟଣାସ୍ଥଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲ । ମେଡିକାଲ ଯିବା ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି I​​​​​