LIVE TV

ସ୍ୱର୍ଗଦ୍ୱାର ଗାଁରେ ଅଭାବନୀୟ ଘଟଣା, ବୃଦ୍ଧ ଭିକାରୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

NEWS7
sorada

ଭଞ୍ଜନଗର ୦୯।୧୦ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଷ୍ଠା ପଞ୍ଚାୟତ ସ୍ୱର୍ଗଦ୍ୱାର ଗାଁରେ ଅଭାବନୀୟ ଘଟଣା । ଜଣେ ଭିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ସିଙ୍ଗପୁର ଗାଁର ଶିଶିର ମୁନି ବୋଲି ଜଣାପଡିଛି । ତାଙ୍କ ବୟସ ୫୭ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ମୃତ ବ୍ୟକ୍ତି ଜଣଙ୍କ ଭିକ୍ଷାବୃତ୍ତି କରି ବଞ୍ଚୁଥିଲେ । ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତମାନେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। କୌଣସି କାରଣ ନେଇ ହତ୍ୟା କରିଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବାକି ପୋଲିସ ଗୁରୁବାର ଦିନ ସକାଳ ସମୟରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ସେହିପରି ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।