ନବରଙ୍ଗପୁର : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତ ୬ଅଗଷ୍ଟ ୨୦୨୨ ମସିହାରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାରମାସୀ ଗ୍ରାମରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଯାହାର ଶୁଣାଣି କରି ଆଜି ନବରଙ୍ଗପୁର  ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ଜଣେ ନାବାଳକଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ସେମାନେ ହେଲେ ଅନନ୍ତ ପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ , ଡୁମର ପୂଜାରୀ , ଡାଲିମ୍ବ ପୂଜାରୀଙ୍କ ସମେତ ଜଣେ ନାବାଳକ। 

ଗତ ୬ ଅଗଷ୍ଟ ୨୦୨୨ ମସିହାରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସୀ ଗ୍ରାମର ଡମ୍ବୁରୁ ପୂଜାରୀ ଓ ପଡ଼ଲାମ ପୂଜାରୀ । ସେମାନେ ନିଜ କିଆରିରେ କାମ କରୁଥିବା ସମୟରେ ୬ ଅଭିଯୁକ୍ତ ଅନନ୍ତ , ଶିବ, ଚନ୍ଦନ, ଡୁମର, ଡାଲିମ୍ବ ପୂଜାରୀଙ୍କ ସମେତ ଜଣେ ନାବାଳକ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ପଡ଼ଲାମ ପୂଜାରୀଙ୍କୁ ଟ୍ରାକ୍ଟର ଚାପି ଦେଇଥିଲେ  ଏବଂ  ଡମ୍ବୁରୁ ପୂଜାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଟ୍ରାକ୍ଟର ଚାପି ହୋଇଥିବା ପଡ଼ଲାମ ପୂଜାରୀଙ୍କୁ ଗୁରୁତର ହୋଇପଡିଥିଲେ । ତେବେ ଘଟଣାକୁ ନେଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ କୋର୍ଟରେ ମୋକଦମା ଚାଲିଥିଲା।  ୨୭ ଜଣ ଶାକ୍ଷ ପ୍ରମାଣକୁ ଭିତ୍ତି କରି  ଏହାର ରାୟ ପ୍ରକାଶ ପାଇଥିଲା। ଘଟଣାରେ ଜଡ଼ିତ ଜଣେ ନାବାଳକଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ । ଏହାସହ ଦଶ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।