ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରୁ ଝରୁଛି ପାଣି, ଅନୁଧ୍ୟାନ କଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ

NEWS7
mumbai-police-claim-in-the-bombay-high-court-has-found-evidence-against-arnab

ପୁରୀ ୧୪।୧୨: ପୁଣି ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଶିଉଳି ଲାଗି ପାଣି ଝରୁଛି । ଯାହାକୁ ନେଇ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସାଧୁସନ୍ଥ। ତେବେ ଗତବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ମେଘନାଦ ପାଚେରୀରେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ତୁରନ୍ତ ଏହାର ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷେ ନପୂରୁଣୁ ପୁନର୍ବାର ସମାନ ସ୍ଥାନରୁ ମଇଳା ପାଣି ଝରିବା ସହିତ ମେଘନାଦ ପାଚେରୀରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି । ପାଚେରୀ ଯୋଡେଇରେ ଫାଟ ହୋଇ ପାଣି ଝରିବା ସହିତ ଶିଉଳି ଲାଗିଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏହାକୁ ଗୁରୁତର ସହିତ ନେଇ ଉଚିତ୍ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି ।

ସେପଟେ, ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଶିଉଳି ଓ ପାଣି ଝରିବା ଘଟଣାର ଅନୁଧ୍ୟାନ କଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । କେଉଁ ସ୍ଥାନରେ ପାଣି ଝରୁଛି ଏବଂ ସମସ୍ୟା କେଉଁଠି ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସହିତ ଆଲୋଚନା କରାଯାଇ ଖୁବଶୀଘ୍ର ଏହାର ସ୍ଥାୟୀ ସଂରକ୍ଷଣ କରାଯିବ । ପାଚେରୀରେ ଲାଗିଥିବା ଶିଉଳି ଗୁଡିକ ମଧ୍ୟ ଛଡାଯିବ । ଗତବର୍ଷ ଏହାର ମରାମତି କାର୍ଯ୍ୟ ଏଏସଆଇ କରିଥିଲା । ଆନନ୍ଦ ବଜାର ଭିତରେ କେଉଁ ସ୍ଥାନରୁ ପାଣି ଆସି ମେଘନାଦ ପାଚେରୀରୁ ଝରୁଛି ତାହାର ଅନୁଧ୍ୟାନ କରାଯାଉଛି । ଏଏସଆଇ ଦ୍ବାରା ଖୁବଶୀଘ୍ର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ସେପଟେ ମେଘନାଦ ପାଚେରୀରୁ ପାଣି ଝରିବା ସହିତ ଶିଉଳି ଲାଗିଥିବାରୁ ତୁରନ୍ତ ଏହାର ସ୍ଥାୟୀ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରିବି ପାଇଁ ସେବାୟତ, ଜଗନ୍ନାଥ ପ୍ରେମୀ ଓ ନାଗାସାଧୁ ଦାବି କରିଛନ୍ତି ।