‘ମୁମ୍ବାଇ ମେଲୋଡିଜ୍‌’କୁ ବେଷ୍ଟ ଡକ୍ୟୁମେଣ୍ଟାରୀ-ସ୍ପେଶାଲ୍ ଫେଷ୍ଟିଭାଲ ଆଓ୍ୱାର୍ଡ

Published By : Prameya-News7 Bureau | May 03, 2024 IST

News7

ଭୁବନେଶ୍ୱର: ‘ମୁମ୍ବାଇ ମେଲୋଡିଜ’କୁ ବେଷ୍ଟ ଡକ୍ୟୁମେଣ୍ଟାରୀ-ସ୍ପେଶାଲ୍ ଫେଷ୍ଟିଭାଲ ଆଣ୍ଡ୍‌ ଜୁରୀ ଆଓ୍ୱାର୍ଡ। ନୂଆଦିଲ୍ଲୀରେ ଆୟୋଜିତ ୧୪ତମ ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ୍-୨୦୨୪ରେ ସ୍ୱରୁପ ରାଜଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ 'ମୁମ୍ବାଇ ମେଲୋଡିଜ୍' ବେଷ୍ଟ ଡକ୍ୟୁମେଣ୍ଟାରୀ-ସ୍ପେଶାଲ୍ ଫେଷ୍ଟିଭାଲ ଏବଂ ଜୁରୀ ସମ୍ମାନ ପୁରସ୍କାର ପାଇଛି। 

ମୁମ୍ବାଇ ମେଲୋଡିଜ୍ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ। ଯେଉଁଥିରେ ଦଶନ୍ଧି ଧରି ମୁମ୍ବାଇର ବଲିଉଡ୍‌ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ବିରାଟ ପରିବର୍ତ୍ତନ ଚିତ୍ରିତ ହୋଇଛି। ପାରମ୍ପାରିକ ମେଲୋଡି ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ କିପରି ବଲିଉଡ ସଙ୍ଗୀତର ଯାତ୍ରା କିପରି ଥିଲା, ଅତି ସୁନ୍ଦରତାର ସହ ସେଥିରେ ଦର୍ଶାଯାଇଛି।

ଏହି ଚଳଚ୍ଚିତ୍ରରେ ସୁବର୍ଣ୍ଣ ଯୁଗର କିମ୍ବଦନ୍ତୀ ସଂଗୀତଜ୍ଞମାନଙ୍କ ସହ ଇଣ୍ଟରଭ୍ୟୁ ମଧ୍ୟ ରହିଛି। ଶାସ୍ତ୍ରୀୟ ଗୀତ ସୃଷ୍ଟି ପଛର ରହସ୍ୟ ଉପରେ ଆଲୋକପାତ କରାଯାଇଛି। ଏହା ସହିତ ରେକର୍ଡିଂ ଷ୍ଟୁଡିଓ ଏବଂ ସଫ୍ଟୱେୟାରର ଡିଜିଟାଲ୍ ରୂପାନ୍ତିକରଣ ଯୋଗୁଁ ମ୍ୟୁଜିକ କେତେ ଲୋକପ୍ରିୟ ଓ ଶ୍ରୁତି ମଧୁର ହୋଇପାରେ ଏଥିରେ ଚିତ୍ରିତ ହୋଇଛି। 

ପ୍ରକାଶଥାଉକି ୨୦୧୧ରେ ଦିଲ୍ଲୀ NCRରେ ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ପ୍ରତିଷ୍ଠା କରାଯାଇଥିଲା। ସ୍ୱର୍ଗତଃ ଧୁନ୍ଦିରାଜ ଗୋବିନ୍ଦ ଫାଲକେଙ୍କ ଜନ୍ମ ବାର୍ଷିକୀ ଅବସରରେ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆଓ୍ୱାର୍ଡ ପ୍ରଦାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.