budget 2026 expectations : ୩୦୦ରୁ ଅଧିକ ନୂଆ ଟ୍ରେନ୍ ଚଳାଇବା ସହ ହୋଇପାରେ ୫ ବଡ଼ ଘୋଷଣା

NEWS7
mukesh-ambanis-succession-plan-wife-nita-exits-ril-board-3-children-appointed

ନୂଆଦିଲ୍ଲୀ: budget expectations ରବିବାର ୨୦୨୬ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ବିଭିନ୍ନ ବର୍ଗ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି। ସେମାନଙ୍କ ପାଇଁ କ’ଣ ଘୋଷଣା ହେବ ସେହି ଆଶା ନେଇ ଅପେକ୍ଷା କରିଛନ୍ତି। ତେବେ ଏହାରି ଭିତରେ ବିଶେଷ ସୂତ୍ରରୁ ଖବର ନେଇ ମିଡିଆରେ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ୨୦୨୬ ବଜେଟ୍ର ଅର୍ଥମନ୍ତ୍ରୀ ୩୦୦ ନୂଆ ଟ୍ରେନ୍ ଚଳାଇବା ସହ ୫ଟି ବଡ଼ ଘୋଷଣା କରିପାରନ୍ତି ବୋଲି ଖବର ପ୍ରକାଶ ପାଇଛି। ଆସନ୍ତୁ ସେ ବିଷୟରେ ଜାଣିବା।

ଏହି ୫ ବଡ଼ ଘୋଷଣା କରିପାରନ୍ତି ସରକାର

୧. ଆୟକର: ଟ୍ୟାକ୍ସ ଫ୍ରି ହୋଇପାରେ ୧୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ

ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ, ମାନକ ରିହାତି(ଷ୍ଟାଣ୍ଡାର୍ଡ ଡିଡକ୍ସନ) ₹୭୫,୦୦୦ ରୁ ₹୧ ଲକ୍ଷକୁ ବୃଦ୍ଧି କରାଯାଇପାରେ। ଏହା ଦ୍ଵାରା ବେତନଭୋଗୀ ବ୍ୟକ୍ତିମାନଙ୍କର ₹୧୩ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ହେବ। ବର୍ତ୍ତମାନ, ₹୧୨.୭୫ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ରହିଛି। ଲୋକଙ୍କର କିଣିବା କ୍ଷମତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇପାରେ।

୨. କିଶାନ ସମ୍ମାନ ନିଧି: ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବାର୍ଷିକ ପରିମାଣ

ପିଏମ୍-କିଷାନ ଯୋଜନାର ବାର୍ଷିକ ସବସିଡି ୬,୦୦୦ ରୁ ୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଗତ ତିନି ବର୍ଷ ଧରି ଏହି ପରିମାଣ ବୃଦ୍ଧି କରିବା ବିଷୟରେ ଆଲୋଚନା ହେଉଛି। ୨୦୧୯ରେ ଯୋଜନା ଆରମ୍ଭ ହେବା ପରଠାରୁ ଏହି ପରିମାଣ ଅପରିବର୍ତ୍ତିତ ରହିଛି। ୨୦୨୪ ମସିହାରେ, ସଂସଦୀୟ ସ୍ଥାୟୀ କମିଟି ଏହାକୁ ଦୁଇ ଗୁଣ କରି ପ୍ରତିବର୍ଷ ₹୧୨,୦୦୦ କରିବାକୁ ସୁପାରିଶ କରିଥିଲା। ବିହାର ସରକାର ମଧ୍ୟ ନଭେମ୍ବରରେ ଏଥିରେ ୩ ହଜାର ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହା ଦେଶବ୍ୟାପୀ ଲାଗୁ ହୋଇପାରେ।

୩. ରେଳ ଭିତ୍ତିଭୂମି: ୩୦୦ରୁ ଅଧିକ ନୂଆ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ୍ ଘୋଷଣା

ନୂଆ ଟ୍ରେନ୍ ମାଧ୍ୟମରେ ୨୦୩୦ ସୁଦ୍ଧା ରିଜର୍ଭେସନ ୱେଟିଂ ଲିଷ୍ଟ ସମାପ୍ତ କରିବାକୁ ଚାହୁଁଛନ୍ତି ସରକାର। ଏଥିପାଇଁ ୨୦୨୬ ବଜେଟ୍ରେ ୩୦୦ ରୁ ଅଧିକ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ୍ ଘୋଷଣା କରାଯାଇପାରେ।

ଗତ ବଜେଟରେ, ରେଳବାଇ ପାଇଁ ₹୨.୬୫ ଲକ୍ଷ କୋଟି ବ୍ୟୟବରାଦ କରାଯାଇଥିଲା। ଏହା ଏପର୍ଯ୍ୟନ୍ତ ସର୍ବାଧିକ ରେଳ ପାଣ୍ଠି। ଏହି ପରିମାଣ ଏଥର ମଧ୍ୟ ବୃଦ୍ଧି ପାଇବାର ଆଶା କରାଯାଉଛି।

୪. ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା: ୨ କିଲୋୱାଟ ସୌର ପ୍ୟାନେଲ ଉପରେ₹୮୦,୦୦୦ ସବସିଡି

ବଜେଟରେ ୨ କିଲୋୱାଟ (kW) ପର୍ଯ୍ୟନ୍ତ ସୌରଶକ୍ତି ପ୍ରଣାଳୀ ଉପରେ ସବସିଡି ପ୍ରତି କିଲୋୱାଟ ₹୩୦,ହଜାରରୁ ₹୪୦,ହଜାରକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇପାରେ। ବର୍ତ୍ତମାନର ନିୟମ ଅନୁଯାୟୀ, ୨ କିଲୋୱାଟ ସୌରଶକ୍ତି ପ୍ରଣାଳୀ ସ୍ଥାପନ କଲେ ପ୍ରତି କିଲୋୱାଟ ₹୩୦ ହଜାରରୁ ହାରରେ ମୋଟ ₹୬୦ ହଜାର ସବସିଡି ମିଳୁଛି।

୫. ଆୟୁଷ୍ମାନ ଭାରତ: ୬୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଲାଭ।

ସରକାର ଆୟୁଷ୍ମାନ ଭାରତ (ପିଏମ-ଜେଏୱାଇ) ଯୋଜନାର ପରିସରକୁ ବିସ୍ତାର କରିପାରନ୍ତି। ବର୍ତ୍ତମାନ, ୭୦ ବର୍ଷରୁ ଅଧିକ ବୟସ୍କ ଏହି ଯୋଜନା ପାଇଁ ଯୋଗ୍ୟ, କିନ୍ତୁ ଏହାକୁ ୬୦ ବର୍ଷକୁ ହ୍ରାସ କରାଯାଇପାରେ। ଏହା ବ୍ୟତୀତ, କର୍କଟ ଏବଂ ହୃଦରୋଗ ଭଳି ଗମ୍ଭୀର ରୋଗର ଖର୍ଚ୍ଚକୁ ପୂରଣ କରିବା ପାଇଁ ମାଗଣା ଚିକିତ୍ସାର ବାର୍ଷିକ ସୀମା ₹୫ ଲକ୍ଷକୁ ବୃଦ୍ଧି କରାଯାଇପାରେ।