ମୁମ୍ୱାଇ ୨୬/୦୩: ଚାଲିଛି ଫଟାପଟ କ୍ରିକେଟ ୨୦୨୫ । ଏଥର ଟ-୨୦ ମ୍ୟାଚ୍ ପରି ଆଇପିଏଲ୍ ବି ଅନେକ ନିୟମ ପରିବର୍ତ୍ତନ କରାଯାଇଛି । ତେବେ କିଛି ନିୟମକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ସିଏସ୍କେର ସୁପର ପାଓ୍ୱାର ଏମ୍. ଏସ୍ ଧୋନୀ । ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଇମ୍ପାକ୍ଟ ପ୍ଲେୟର ନିୟମ ବିଷୟରେ କିଛି ପ୍ରତିକ୍ରିୟା ରଖିଛନ୍ତି ।
୨୦୨୩ରେ ଲାଗୁ ହୋଇଥିବା ଏହି ନିୟମକୁ ନେଇ ଭଡକିଛନ୍ତି ମାହୀ । ସେ କହିଛନ୍ତି ଯେ, ନିୟମ ତ ଠିକ୍ ଠାକ୍ ଚାଲିଥିଲା ପୁଣି କାହିଁକି ବଦଳାଗଲା । ଏଥିରେ ଏତେସବୁ ମସଲା ଦେବା ଠିକ୍ ହେଲାନି । କାରଣ ଏତେ ସବୁର କିଛି ଆବଶ୍ୟକ ନଥିଲା । ଧୋନୀ ଅବସର ନେଇ ବି କିଛି କହିଥିଲେ। ଧୋନୀ କହିଥିଲେ ଯେବେ ଏହି ନିୟମ ଆସିଥିଲା ମୁଁ ବେଶି ଖୁସିଥିଲି । ଆଇପିଏଲ୍ ଏବେ ଭଲ ସ୍ଥିତିରେ ଅଛି, ଆଉ କିଛି ଆଡ କରିବାର ଆବଶ୍ୟକ ନାହିଁ । ମ୍ୟାଚ୍ ଏବେ ହାଇ ସ୍କୋରରେ ରହୁଛି । ଟକ୍କର ବି ଜୋରଦାର ହେଉଛି ।
ଏସବୁର ପରିବର୍ତ୍ତନ ଦରକାର ପଡିନି । ପୂର୍ବ ଭାରତୀୟ କ୍ୟାପଟେନ୍ କହିଛନ୍ତି, ମୋତେ ଏସବୁର ଆବଶ୍ୟକ ପଡିନି । କାରଣ ମୁଁ ଏବେ କିପିଂ କରୁଛି, ତ ଇମ୍ପାକ୍ଟ ପ୍ଲେୟାର ନୁହେଁ । କହିବାକୁ ଗଲେ ଚେନ୍ନାଇ ଟିମ୍ ଆଇପିଏଲ୍ ୨୦୨୫ ସିଜନରେ ନିଜର ପ୍ରଥମ ମ୍ୟାଚ୍ ଜିତିସାରିଛି । ସେ ମୁମ୍ୱାଇ ଇଣ୍ଡିଆନ୍ସକୁ ୪ ଓ୍ୱିକେଟରେ ହରାଇ ସହଜ ବିଜୟ ହାସଲ କରିଛି ।