LIVE TV

ବାଲିଯାତ୍ରା ଆୟୋଜନକୁ ନେଇ ବିବାଦ ମୁଣ୍ଡ ଟେକିଲା, ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

NEWS7
debasis

କଟକ ୧୯/୦୯: କଟକ ବାଲିଯାତ୍ରା ଆୟୋଜନକୁ ନେଇ ବିବାଦ ମୁଣ୍ଡ ଟେକିଲା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କେବଳ ତଳ ପଡିଆରେ ବାଲିଯାତ୍ରା ହେବାକୁ ବିରୋଧ କଲେ ଦେବାଶିଷ । ଉପର ବାଲିଯାତ୍ରା ପଡିଆରେ ମଧ୍ୟ ଯାତ୍ରା କରାଇବାକୁ ଦାବି । ସେ ଆହୁରି କହିଛନ୍ତି, କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ଓ ବାଲିଯାତ୍ରାର ଐତିହ୍ୟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଦେବାଶିଷ କହିଛନ୍ତି । ​​​​​​​

ସୂଚନା ଥାଉକି, ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା । ଉପର ବାଲିଯାତ୍ରା ପଡ଼ିଆରେ ହେବନି ବାଲିଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି । କେବଳ ତଳ ପଡ଼ିଆରେ ହେବ ଚଳିତ ବର୍ଷର ବାଲିଯାତ୍ରା ।

୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି । କାରଣ ପୂର୍ବରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । 

​​​​​​​