ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶୁକ୍ରବାର ମତଦାନ ଜାରି ରହିଛି । ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ପାଞ୍ଚ ପିଢିର ୭୦ ଜଣ ସଦସ୍ୟ ଭୋଟ ଦେବା ପାଇଁ ଆଜି ପହଞ୍ଚିଥିଲେ । ସେହି ସମୟର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ଯାହା ଲୋକଙ୍କୁ ସଚେତନ କରିବା ସହ ପ୍ରେରଣା ଯୋଗାଉଛି । ପୁରୁଷମାନେ ରାଜସ୍ଥାନୀ ସାଫା ପିନ୍ଧି ଆସିଥିଲେ ଏବଂ ମହିଳାମାନେ ଚୁନ୍ଦଡ଼ିର ଲାଲ୍ ଶାଢି ପିନ୍ଧି ଆସିଥିଲେ । ଏହି ପରିବାରରେ ପ୍ରଥମ ଥର ଭୋଟରଙ୍କ ସହ ପିଲାମାନେ ମଧ୍ୟ ଥିଲେ, ଯେଉଁମାନେ ଭବିଷ୍ୟତରେ ଭୋଟର ହେବ ।
ଏହି ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଗଣତନ୍ତ୍ରର ପର୍ବକୁ ଉତ୍ସାହ ସହ ପାଳନ କରିବୁ । ଆମେ ଚିନ୍ତା କରିଥିଲୁ ଯେ ରାଜସ୍ଥାନର ସଂସ୍କୃତିର ପ୍ରତୀକ ସାଫା ପିନ୍ଧିବୁ ଏବଂ ମହିଳାମାନେ ଚୁନ୍ଦଡ଼ି ଶାଢି ପିନ୍ଧିବୁ । ଆମେ ଲୋକଙ୍କୁ ସନ୍ଦେଶ ଦେବାକୁ ଚାହୁଁଛୁ ଯେ ସେମାନ ନିଶ୍ଚିତ ରୂପେ ଭୋଟ ଦିଅନ୍ତୁ । ଭାରତର ନାଁ ବିଶ୍ୱରେ ସବୁଠୁ ଶସକ୍ତ ଗଣତନ୍ତ୍ର ରୂପେ ପରିଚିତ ହେବା ଦରକାର ।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ଯୋଧପୁର ଆସନରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ନିର୍ବାଚନ ଲଢୁଛନ୍ତି । ତାଙ୍କ ସାମନାରେ କଂଗ୍ରେସ ରାଜପୁତ ସମାଜରୁ କରଣ ସିଂଙ୍କୁ ମୈଦାନରେ ଓହ୍ଲାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଏବଂ ୨୦୧୯ରେ ଏହି ଆସନରୁ ଗଜେନ୍ଦ୍ର ସିଂ ଶେଖାୱତ ବିଜୟୀ ହୋଇ ଆସିଛନ୍ତି, ତେଣୁ ଏଥର ବି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି ।