ଲକରରୁ ୩ କେଜି ସୁନା ନେଇଗଲେ ବ୍ୟାଙ୍କ ମ୍ୟାନେଜର...ବେଟିଂ ଆପ୍‌ରେ ଲଗାଇ ବୁଡାଇଦେଲେ

NEWS7
monkey-terror-in-pattamundai

ବେଙ୍ଗାଲୁରୁ, ୧୬/୦୨ :ବ୍ୟାଙ୍କରୁ ଚୋରି କଲେ ଆସିଷ୍ଟାଣ୍ଟ୍ ମ୍ୟାନେଜର । ବନ୍ଧକ ଏବଂ ଲକରରେ ରକାଯାଇଥିବା ସୁନାକୁ ନିଜେ ନେଇଗଲେ । କାହାକୁ କିଛି ନଜଣାଇ ସେୟାର ମାର୍କେଟ ଏବଂ ବେଟିଂ ଆପ୍ରେ ଲଗାଇଲେ । ଏପରି ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ଏକ ଘରୋଇ ବ୍ୟାଙ୍କରେ । ବନ୍ଧକ ଓ ଲକର୍ର ସୁନାକୁ ଅନଲାଇନ୍ ବେଟିଂ ଏବଂ ସେୟାର ମାର୍କେଟରେ ଲଗାଇବା ଅଭିଯୋଗରେ ପୋଲିସ ଜଣେ ଆସିଷ୍ଟାଣ୍ଟା ମ୍ୟାନେଜରଙ୍କୁ ଗିରଫ କରିଛି ।

ପୋଲିସର କହିବାନୁସାରେ, ବ୍ୟାଙ୍କରେ ପ୍ରାୟ ୨୭୮୦ ଗ୍ରାମରୁ ଅଧିକ ସୁନା ଠକେଇ ହୋଇଛି । ଯାହାର ଦାମ୍ ସାଢେ ତିନି କୋଟି ଟଙ୍କାରୁ ଅଧିକ ହେବ । ପ୍ରଥମେ ବ୍ୟାଙ୍କ୍ ମ୍ୟାନେଜର ଏନେଇ ଗିରିନଗର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସତ ସାମ୍ନାକୁ ଆସିଥିଲା ।

ଏହି ଖବରଟି ପଢନ୍ତୁ... 

ତଦନ୍ତରେ ଜାଣିବାକୁ ମିଳିଛି ଯେ, ଗ୍ରାହକମାନେ ବ୍ୟାଙ୍କରେ ବନ୍ଧକ କିମ୍ବା ଜମା ରଖିଥିବା ସୁନାରୁ ୨୭୮୦ ଗ୍ରାମ୍ ସୁନା ଗାଏବ ହୋଇଯାଇଛି । କୌଣସି ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଅଭିଯୁକ୍ତ ବ୍ୟାଙ୍କ୍ ଆସିଷ୍ଟାଣ୍ଟ୍ ମ୍ୟାନେଜର ଏହି କାରନାମା କରିଛନ୍ତି । ସେ ଏହାକୁ ବିକି ଏଥିରୁ ମିଳିଥିବା ଅର୍ଥକୁ ଅନଲାଇନ୍ ବେଟିଂ ଏବେ ସେୟାର ମାର୍କେଟରେ ଲଗାଇଛନ୍ତି । ଏବେସୁଦ୍ଧା ୭୦୦ ଗ୍ରାମ୍ ସୁନା ଜବତ ହୋଇଛି । ଅନ୍ୟ ସବୁ ସୁନାକୁ ଖୁବ୍ ଶୀଘ୍ର ଜବତ କରାଯିବ ବୋଲି ସ୍ଥାନୀୟ ଡିସିପି ଲୋକେସ ବି ଜଗଲାସର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବ୍ୟାଙ୍କ ତରଫରୁ ତାଙ୍କ ଉପଯୁକ୍ତ ସହୟତା ମିଳୁନି । ତେଣୁ ସେମାନେ ଆଇନର ଦ୍ୱାରସ୍ଥ ହେବେ । ଏବେବି ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଲକରରେ ସୁନା ରଖିବା ପୂର୍ବରୁ ବ୍ୟାଙ୍କ୍ ବାବଦରେ ସବୁ ତଥ୍ୟ ଗ୍ରାହକ ବୁଝିବା ଦରକାର ବୋଲି ଡିସିପି କହିଛନ୍ତି ।